ନୃସଂଶ ସ୍ବାମୀର ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଗୁରୁତର ହୋଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ,

3

ମାରଣାସ୍ତ୍ର ଜବତ ସହିତ ଜେଲ୍ ହାଜତକୁ ଗଲା ନୃଶଂସ ସ୍ବାମୀ,

ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ସିନେମା ହଲ ଛକ ନିକଟରେ ରହୁଥିବା ନିରୂପମା ବିଶ୍ବାଳଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ଓଡ଼ଗାଁ ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଏହି ଥାନା ଅନ୍ତର୍ଗତ କୁରାଳ ବାଲିସାହିରୁ ହେମନ୍ତ ବିଶ୍ବାଳକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ଅନୁସାରେ ନିରୂପମା ବିଶ୍ବାଳ ମଙ୍ଗଳବାର ସକାଳେ ରାମସାଗର ପାର୍କ ନିକଟ ଏକ ଦୋକାନକୁ ଯାଇଥିବା ବେଳେ ସ୍ବାମୀ କୁରାଳ ବାଲିସାହିର ହେମନ୍ତ ବିଶ୍ବାଳ ହଠାତ୍ ଏକ ଲମ୍ବା ବେଣ୍ଟ ଥିବା ଏକ ଧାରୁଆ ମାରଣାସ୍ତ୍ର ଧରି ନିରୂପମାକୁ ମାରିବାକୁ ଗୋଡ଼ାଇଥିଲା । ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ବେକକୁ ଚୋଟ ମାରିବା ସମୟରେ ଚୋଟ ନିରୁପମା ଙ୍କ ଗୋଡ଼ରେ ପଡ଼ିଥିଲା । ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନିରୂପମାକୁ ଡାକ୍ତରଖାନା ପହଁଚାଇଥିଲେ । ପରେ ନିକଟସ୍ଥ ମାନପୁର ଗ୍ରାମ ନିରୂପମା ବାପଘର ଲୋକେ ଡାକ୍ତର ଖାନାରେ ପହଞ୍ଚି ତାକୁ ନୟାଗଡ଼ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସୂଚନା ଥାଉକି ନିରୂପମାର ହେମନ୍ତ ସହିତ ବିବାହ ପରେ କିଛିଦିନ ଶାଶୁଘର କୁରାଳରେ ରହୁଥିଲେ । ସ୍ବାମୀଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ଦୀର୍ଘ ବର୍ଷ ହେଲା ପୁଅକୁ ଧରି ଓଡ଼ଗାଁରେ ଭଡ଼ାଘରେ ରହି ଦଃଖେ କଷ୍ଟେ ଗୁଜୁରାଣ ମେଣ୍ଟାଉଥିଲା । ଏବେ ପୁଅକୁ ୧୭ ହୋଇଥିବା ବେଳେ ହେମନ୍ତ ମଙ୍ଗଳବାର ସକାଳେ ହଠାତ୍ ଏପରି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା।

Leave A Reply

Your email address will not be published.