ସେଫିଟ୍ ଇଣ୍ଡିଆ ସିଜନ୍-୨ ୱିନର ସୁନୟନା ମହାପାତ୍ରଙ୍କୁ ‘ଦ ବେଲ୍ ଯୁବଶ୍ରୀ’ ସମ୍ମାନ

3

ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ସେବାୟତ ପରିବାରର କନ୍ୟା ସୁନୟନା ମହାପାତ୍ର ସେଫିଟ୍ ଇଣ୍ଡିଆ ଟପ୍ ସେଫ୍ ସିଜନ୍-୨ ର ଗ୍ରାଣ୍ଡ ୱିନର ହୋଇଛନ୍ତି। ଏହି ସଫଳତା ପାଇଁ ଦ ବେଲ୍ ଯୁଥ୍ କ୍ଲବ୍ ତାଙ୍କୁ ‘ଯୁବଶ୍ରୀ ସମ୍ମାନ’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛି।

ସ୍ଥାନୀୟ ୟୁଥ୍ ହଷ୍ଟେଲରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ପୁରୀ ଜିଲ୍ଲା ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ କହିଥିଲେ, “ସୁନୟନାଙ୍କ ଏହି କୃତିତ୍ୱ ସେବାୟତ ପରିବାରର ଝିଅମାନଙ୍କ ପାଇଁ ପ୍ରେରଣା” । ସେପଟେ ସୁନୟନା କହିଥିଲେ ଯେ ତାଙ୍କର ଲକ୍ଷ ଶ୍ରୀକ୍ଷେତ୍ରର ପାରମ୍ପରିକ ଖାଦ୍ୟକୁ ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚାଇବା। ଅନୁଷ୍ଠାନରେ ସେଫିଟ୍ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସଡର ବିଶ୍ୱଜିତ୍ ମହାରଥୀ, ଆଇ.ଏଚ.ଏମ. ଅଧ୍ୟାପକ ସୁଧୀର କୁମାର ସିଂ, ଉଦ୍ୟୋଗୀ ରାକେଶ କୁମାର ସାହୁ, ସାମ୍ବାଦିକ ଗଣେଶ୍ୱର ମହାସୁଆରଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ସୁନୟନାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Leave A Reply

Your email address will not be published.