ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।

3

ରୋଗୀଙ୍କୁ ଚେୟାରରେ ବସାଇ ଦିଆଯାଉଛି ସାଲାଏନ ।

ମାଲକାନଗିରି ରୁ ସୂରେନ୍ଦ୍ର ବେମାଳ:  ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ନାହି ଯଥେଷ୍ଟ ପରିମାଣର ଖଟିଆ, ପରିବାର ଲୋକଙ୍କ ସହାୟତାରେ ଚେୟାର ରେ ବସି ସାଲାଏନ ନେଉଛନ୍ତି ରୋଗୀ । କିଛି ଏପରି ଚିତ୍ର ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଏହା ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁଥି ରେ ଜଣେ ରୋଗୀଙ୍କୁ ଗୋଟିଏ ସାଲାଏନ ଲାଗିଥିବାର ଫୋଟ ଦେଖୁବାକୁ ମିଳିଥିବା ବେଳେ ରୋଗୀ ଜଣଙ୍କ ଏକ ଚେୟାରରେ ବସି ଏହି ସାଲାଏନ ନେଉଥିବା ଦେଖିବାକୁ ମିଳିଛି । ଏହା ସହ ସାଲାଏନକୁ ରଖିବା ପାଇଁ ଉପଯୁକ୍ତ ସ୍ଥାନ ନଥୁବାରୁ ରୋଗୀଙ୍କ ସମ୍ପର୍କୀୟ ଏହି ସାଲାଏନଟିକୁ ନିଜ ହାତରେ ଧରି ଛିଡା ହୋଇଥିବା ଫୋଟରୁ ସ୍ପଷ୍ଟ ହୋଇଛି। ଜିଲା ରେ ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟରେ ରୋଗୀଙ୍କୁ ଏପରି ଚିକିତ୍ସା ସେବା ମିଳିବା ସ୍ଵାସ୍ଥ୍ୟ ସେବାର ଗୁମର ଖୋଲୁଥିବା ନେଇ ଆଲୋଚନା ହେଉଛି। ତେବେ ଏନେଇ ଆମେ ଜିଲ୍ଲା ଉପମୁଖ୍ୟ ସ୍ଵାସ୍ଥ୍ୟ ଅଧୀକାରୀ ବ୍ରଜବନ୍ଧୁ ଦାସଙ୍କୁ ଯୋଗଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ କ୍ଷମତା ଠାରୁ ଅଧିକ ସଂଖ୍ୟକ ରୋଗୀଙ୍କ ଚିକିତ୍ସା କରାଯାଉଛି। ଫଳରେ ଆମ ନିକଟରେ ଖଟିଆ ଅଭାବ ଦେଖା ଦେଇଛି। ସମସ୍ତ ରୋଗୀଙ୍କୁ ଖଟିଆ ଦେବା ପାଇଁ ଆବଶ୍ୟକ ସଂଖ୍ୟାରେ ଖଟ ନଥିବାରୁ ଏପରି ସ୍ଥିତି ଉପୁଜିଥାଇ ପାରେ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.