ଜିଲ୍ଲା ପଂଚାୟତ ଅଧିକାରୀ ଙ୍କ ଖାମ ଖିଆଲି ମନଭାବ, ଅବସର ପ୍ରାପ୍ତ ପିଇଓଙ୍କୁ ଗ୍ରେଡ ପେ ମିଳୁନି ।

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଠାରେ ଜିଲାପାଳ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ପଞ୍ଚାୟତ ରାଜ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ମାନେ ଦୀର୍ଘ ଦିନର ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ତୃତୀୟ ଆର୍ : ଏ : ସି :ପି ରେ ୫୪୦୦ ତାଙ୍କ ଗ୍ରେଡ ପେ ପାଇବା ପାଇଁ ଯୋଗ୍ୟ ଥିଲେ ସୁଦ୍ଧା ଜିଲ୍ଲା କାର୍ଯ୍ୟଳୟ ର ଏହି ସମ୍ପର୍କିତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ଅଭିଯୋଗ ରାଜ୍ୟ ସରକାର ଙ୍କ ପଞ୍ଚାୟତ ରାଜ ଓ ପା ନି ୟ ଜଳ ବିଭାଗ ର ପତ୍ର ସଂଖ୍ୟା :-୨୩୮୭୫ ତା :-୧/୯/୨୦୨୫ ଏବଂ ଅର୍ଥ ବିଭାଗ ର ନିର୍ଧାରଣ ତଥା ବିଜ୍ଞପ୍ତି ସଂଖ୍ୟା ୫୦୭୩ ତା :-1୧୩/୨/୨୦୨୫ ତାରିଖ ରେ ଓଡ଼ିଶା ଗାଜ୍ଜେଟ ତା ୨୧/୨/୨୯୨୫ ଅନୁଯାୟୀ ନିର୍ବାହୀ ଅଧିକାରୀ ମାନେ ଅର୍ଥ ବିଭାଗ ର ପେ ମ୍ୟାଟ୍ରିକ ଲେବେଲ ୧୨ ରେ ଅଧିକ ସୁବିଧା ପାଇବା ପାଇଁ ଯୋଗ୍ୟ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଉ ଉଚିତ୍ ପଦକ୍ଷେପ ଗ୍ରହଣ ନ କରି ଟାଳ ଟୁଲ ନୀତି ଅବଲମ୍ବନ କରୁଥିବା ନିର୍ବାହୀ ଅଧିକାରୀ ମାନେ ସେମାନଙ୍କ ନ୍ୟାର୍ଯ୍ୟ ଟଙ୍କା ପାଇବା ରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ। ବର୍ତମାନ ସେମାନେ ୫୪୦୦ ବଦଳ ରେ ୪୮୦୦ ଗ୍ରେଡ ପେ ରେ ପାଉଛନ୍ତି । ବହୁ ବାର ଦାବୀ କରିବା ସତ୍ତ୍ୱେ ଜିଲ୍ଲା ପଂଚାୟତ ଅଧିକାରୀ ଙ୍କ ଖାମ ଖିଆଲି ମନ୍ ଭାବ ଯୋଗୁ ନ୍ୟାର୍ଯ୍ୟ ଦାବୀ ରୁ ବଞ୍ଚିତ ହୋଇଛନ୍ତି ଆଜି ରାୟଗଡ଼ା ଅତିରିକ୍ତ ଜିଲ୍ଲା ପାଳ ଏହାର ସମାଧାନ କରିବାକୁ ନିର୍ଭର ପ୍ରତିଶୃତି ପ୍ରଦାନ କରି ଛନ୍ତି ବୋଲି ଅବସର ପ୍ରାପ୍ତ ନିର୍ବାହୀ ଅଧିକାରୀ ବଂଶୀଧର ସେଠୀ କହିଛନ୍ତି । ଆଜିର ଏହି ପ୍ରତିନିଧି ଦଳ ରେ ଉମା ପଟନାୟକ, ପ୍ରମୋଦ ମହାନ୍ତି, ବଂଶୀଧର ସେଠୀ, ପ୍ରଭାତ ଶତପଥି, ସୁରେନ୍ଦ୍ର କୁମାର ନାଥ, ପୂର୍ଣ ଚନ୍ଦ୍ର ମିଶ୍ର, ପବିତ୍ର ଚୌଧୁରୀ, ହରିଶ୍ଚନ୍ଦ୍ର ପଣ୍ଡା, ବଂଶୀ ରଥ, ଶିବ ପ୍ରସାଦ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.