ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

3

 ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ପଞ୍ଚାୟତ ସମିତି ଅନ୍ତର୍ଗତ କମସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୭୭ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୫୭ ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୨୦ ଗୋଟି ସାମୁହିକ ଦରଖାସ୍ତ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତନ୍ମଧ୍ୟରୁ ୧ ଗୋଟି ଅଭିଯୋଗ ପତ୍ର ତୁରନ୍ତ ଅଭିଯୋଗ ଶୁଣାଣୀ ଶିବିର ରେ ସମାଧାନ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ, ତରଭା, ଗଙ୍ଗାରାମ ବୁଡେକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର କମ୍ପ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶ୍ୱିନୀ କୁମାର ମେହେର, ଉପ – ଜିଲ୍ଲାପାଳ ସୌମ୍ୟାରୂପା ରଥଙ୍କ ସମେତ ତହସିଲଦାର, ଶ୍ୱେତଳିନା ମାହାନା, ସରପଞ୍ଚ, କମସରା ଗ୍ରାମ ପଞ୍ଚାୟତ, କୁନ୍ତଳା ରଣା ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସମେତ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ କମସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମକାନି ଗୋଠ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ପରମାନନ୍ଦ ସନ୍ୟାସୀ ଓ ବଦଯୋର୍ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଚଞ୍ଚଳ ନାଏକଙ୍କୁ ହ୍ବିଲ ଚେୟାର ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କୁ ଦ୍ଵାରା ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.