ରାୟଗଡା:-ତା ୧୫/୦୯- ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିନିଆ ଆବାସିକ ପ୍ରଶିକ୍ଷଣ-ତଥା -ଡିଜାଇନ୍ କର୍ମଶାଳା ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗତ ୧୩/୦୯/୨୦୨୫ରିଖରୁ ଆରମ୍ଭ ହୋଇ ଆଜି ତା ୧୫/୦୯/୨୦୨୫ରିଖରେ ଉଦଯାପିତ ହୋଇଛି । ଉଦଯାପାନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ.। ସେ କହିଲେ, ପ୍ରଶିକ୍ଷଣ ପ୍ରାୟୋଗିକ ହେବା ଆବଶ୍ୟକ ଓ ଗ୍ରାମ ସ୍ତରରେ ଲୋକଙ୍କ ପାଇଁ କାମକୁ ଆସିବା ଉଚିତ୍ । ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଏବଂ କାର୍ଯ୍ୟକ୍ରମର ନୋଡାଲ୍ ଅଫିସର୍ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହି ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କିପରି କ୍ଷେତ୍ର ସ୍ଥରରେ ସୁଚାରୁରୂପେ କାର୍ଯ୍ୟ କରି ହେବ ସେବିଷୟରେ ସମସ୍ତ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ କହିଥିଲେ । ସେ କହିଲେ, ଏହି ପ୍ରଶିକ୍ଷଣ ମାଧ୍ୟମରେ ଗ୍ରାମ ସ୍ତରରେ ସଚେତନତା, ଲୋକସହଭାଗୀତା ଓ ଉନ୍ନତିକୁ ଶକ୍ତିଶାଳୀ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଡିଓ ସହିତ ବିଭିନ୍ନ ବିଭାଗୀୟ କର୍ମଚାରୀ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କୁ ନିଜ୍ ଅଭିଜ୍ଞତା ଓ ପ୍ରଶିକ୍ଷଣ ଦେଇଛନ୍ତି । ପ୍ରଶିକ୍ଷିତ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ଗ୍ରାମ ସ୍ତରରେ ଯୋଜନା ପ୍ରସ୍ତୁତିରେ ସହାୟତା କରିବେ । ଅଧିକରୁ ଅଧିକ ପରିଣାମରେ ଗ୍ରାମବାସୀମାନେ ସରକାରୀ ଯୋଜନାରୁ ଅଧିକ ଲାଭ ନେଇପାରିବେ । ଅଧିକାରୀମାନେ କହିଛନ୍ତି, ଏହି ପ୍ରଶିକ୍ଷଣ ଦ୍ୱାରା ଗ୍ରାମରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସେବାଗୁଡ଼ିକ ଆଗକୁ ବଢ଼ିବ । ଏହା ସହିତ ଲୋକମାନଙ୍କର ସକ୍ରିୟ ଭାଗିଦାରି ବୃଦ୍ଧି ପାଇବାରେ ସରକାରୀ ଯୋଜନା ଅଧିକ ପ୍ରଭାବଶାଳୀ ହୋଇପାରିବ । ଏହି ତିନି ଦିଆନିଆ ତାଲିମ କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ଶ୍ରୀମତୀ ରୀନା ପ୍ରଧାନ,ବିଡ଼ିଓ, କୋଳନରl, ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ବିଡ଼ିଓ, ଵିଷମ କଟକ, ଶ୍ରୀ କୁରେଶୁ ଯାନୀ, ବିଡିଓ ପଦ୍ମପୁର, ଶ୍ରୀ କାଳୁ ଚରଣ ନାୟକ,ଅତିରିକ୍ତ ବିଡ଼ିଓ, ରାୟଗଡ,
ଚନ୍ଦନ ଗମାଙ୍ଗ, ବନାଞ୍ଚଳ ଅଧିକାରୀ, , ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀମତୀ ଅସିମ ରାଓ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, କାଶୀପୁର,ଆଦି ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଜିଲ୍ଲାର ୧୧ଗୋଟି ବ୍ଲକରୁ ମଙ୍ଗଳ ସାମ୍ପ୍ରସlରଣ ଅଧିକାରୀ, ଯୋଗାଣ ନିରୀକ୍ଷକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବିପିଏଏମ, ଏନଏଚ ଏମ, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅଙ୍ଗନବାଡି ସୁପରଭାଇଜର ଆଦି ଯୋଗଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.