ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା, ବିଦାହେଲେ ଅଧ୍ୟାପକ

3

ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଫେକ ସାର୍ଟିଫିକେଟ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ।ଏଭଳି ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା କଲେଜରେ। ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଫେକ MCOM ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ବହିଷ୍କୃତ ହୋଇଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ବହିଷ୍କୃତ ହୋଇଛନ୍ତି। ୨୦୧୮ରୁ ନିଯୁକ୍ତି ପାଇଥିଲେ, ନେଇଥିବା ଦରମା ଫେରାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏନେଇ କଲେଜ ପ୍ରିନ୍ସପାଲଙ୍କୁ ଉପଜିଲ୍ଲାପାଳ ଚିଠି ଲେଖିଛନ୍ତି।
ସୂଚନା ଅନୁସାରେ, ବାଲିକୁଦା କଲେଜରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥୀ କାର୍ଯ୍ୟ କରୁଥିଲେ । ଏମକମ୍‌ ନକଲି ସାର୍ଟିଫିକେଟ ଦେଇ ସେ ୨୦୧୮ ମସିହାରୁ ଚାକିରୀ କରୁଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପୋର୍ଟାଲ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ମସିହାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ତଦନ୍ତ କରିଥିଲେ । ତଦନ୍ତରେ ସିକିମ ରାଜ୍ୟର ଏକ ଫେକ୍ ବିଶ୍ବବିଦ୍ୟାଳୟରୁ ଏମକମ୍ ପାସ କରିଥିବା ନକଲି ସାର୍ଟିଫିକେଟ ଦେଇଥିବା ଜଣା ପଡିଥିଲା ।
ତେବେ କମିଟି ରିପୋର୍ଟ ଦେବାପରେ ଗତ ୬ ତାରିଖରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହା ସହିତ ଏ ସମ୍ପର୍କରେ ଉପଜିଲାପାଳଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଅଧ୍ୟାପକ ଜଣକ ୭ବର୍ଷ ଧରି ନେଇଥିବା ଦରମାକୁ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.