ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଳା ସିନାପାଲି ବ୍ଲକ ଚଟିଆଗୁଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର , ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ , ପ୍ରାଣୀ ପାଇଁ ଦିନଟିଏ, ପକ୍ଷୀ ପାଇଁ ଦିନଟିଏ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ , ବ୍ଲକ ଉପାଧ୍ୟକ୍ଷା ସେ ମୀନା ଘିବେଲା, ସ୍ଥାନୀୟ ସରପଞ୍ଚ ରଞ୍ଜିତା ପାତ୍ର ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ସମାରୋହରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ଶ୍ରୀୟାଂଶୁ କୁ କୋଳରେ ଧରି ତା ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।ସେମାନଙ୍କ ପିତାମାତାଙ୍କୁ ଉପହାର କହିଲେ ସହିତ ନୂତନ ବୃକ୍ଷ ଚାରା ରୋପଣ ପାଇଁ ଦେଇଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ତିନି ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଚଟିଆଗୁଡା ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଅଙ୍ଗନୱାଡ଼ି କର୍ମୀ ଓ ଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ ନୃତ୍ୟଗୀତ ପରିବେଷଣ କରିଥିଲେ lଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ l ଶିବିରରେ ଅତିଥି ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ କୃଷକ ତଥା ମହିଳା ଏଵଂ ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଏହି ପଞ୍ଚାୟତର କୌଣସିବି ପୁରୁଷ କିମ୍ବା ମହିଳା ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଆନ୍ତୁ ନାହିଁ l ନିଜ ଗାଁ ମାଟିରେ ରହି ମନରେଗା ଯୋଜନାରେ କାମ କରି ସବୁ ଶ୍ରମିକ ପରିବାର ଲକ୍ଷପତି ହୁଅନ୍ତୁ l ଚାଷୀ ଭାଇ ଭଉଣୀ ମାନେ ଉନ୍ନତ ପ୍ରଣାଳୀରେ ଚାଷ , ବଣିଜ କରନ୍ତୁ l ଏସବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବେ l ସମସ୍ତେ ବୃକ୍ଷ ରୋପଣ ପର୍ବରେ ଭାଗ ନିଅନ୍ତୁ l ଆମେ ସମସ୍ତେ ମିଶି ଚଟିଆ ଗୁଡା ପଞ୍ଚାୟତକୁ ପ୍ରବାସୀ ଶ୍ରମିକ ଓ ପ୍ଲାଷ୍ଟିକ୍ ମୁକ୍ତ କରି ପାରିବା ବୋଲି କହିଥିଲେ l ଏହି ଅବସରରେ ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ ଶ୍ରମଦାନ କରିଥିବା ଶ୍ରମିକ ମାନଙ୍କୁ ବୃକ୍ଷଚାରା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଓ ସମସ୍ତ ଅତିଥି ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ମାଟି ପାତ୍ରରେ ଜଳଦାନ କରିବା ସହିତ ବୃକ୍ଷ ରୋପଣ କରିଥିଲେ lଶେଷରେ ସରପଂଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଶିବିରକୁ ସିନାପାଲି ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ସିନାପାଲି ସିଡିପିଓ ଉର୍ମିଳା ମହାପାତ୍ର, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post