ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟୋରିଅମ ରେ ବିଦ୍ୟାଳୟ ସ୍ତରୀୟ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ପୂର୍ବତନ ହିନ୍ଦୀ ଶିକ୍ଷକ ପୂର୍ଣାରାମ୍ ସା ଯୋଗଦାନ କରି ହିନ୍ଦୀ ଭାଷାର ବିକାଶରେ ସମସ୍ତଙ୍କୁ ଯୋଗଦାନ କରି ଏହାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ।କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରିଥିଲେ। ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶିବମ ନାୟକ ସଂଯୋଜନା କରିଥିଲେ।ସୁଦାମ ପାଣ୍ଡେ, ଅମିତ ସାହୁ,ନିରୁପମା ସାହୁ, ଲଲିତ କୁମାର ବିଶ୍ବାଳ, ରଜତ କୁମାର ସାହୁ,ଛବିଳ ସେଠ୍ ସହଯୋଗ କରିଥିଲେ। ଯଶୋବନ୍ତ ସାହା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.