ପିଲାମାନଙ୍କ ସୃଜନଶୀଳତା ଓ ନୈତିକତା ବିକାଶ ପାଇଁ କାମ କରୁଛି ଆଇଏମସିଟି

0

ଆଇଏମସିଟି, ଓଡିଶା ଦ୍ୱାରା ଅନୁଷ୍ଠିତ ଚୁଡାନ୍ତ ପ୍ରତିଯୋଗୀତା ସମାହୀତ

 

ଭୁବନେଶ୍ୱର  : ମାସାଧିକ କାଳରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରାଛାତ୍ରୀଙ୍କ ମଧ୍ୟରେ ‘ଇନିସିଏଟିଭ୍ ଫର୍ ମୋରାଲ୍ ଏଣ୍ଡ୍ କଲଚରାଲ୍ ଟ୍ରେନିଂ ଫାଉଣ୍ଡେସନ୍, ଓଡିଶା’ ଆନୁକୁଲ୍ୟରେ ଚାଲିଆସୁଥିବା ବିଭିନ୍ନ ପ୍ରତିଯୋଗୀତାସମୁହର ଚୁଡାନ୍ତ ପ୍ରତିଯୋଗୀତା ଆଜି ସ୍ଥାନୀୟ ୩ ନମ୍ବର୍ ୟୁନିଟସ୍ଥିତ ବୁଦ୍ଧ ମନ୍ଦିରଠାରେ ସମ୍ପନ୍ନ ହୋଇଯାଇଛି । ଏହି ଚୁଡାନ୍ତ ପ୍ରତିଯୋଗୀତାର ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ କଣ୍ଠରେ ଦୀପଂ ଜ୍ୟୋତି ପରଂବ୍ରହ୍ମ ଧ୍ୱନୀ ମଧ୍ୟରେ ମଞ୍ଚାସୀନ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ୱଳନ ଓ ଭାରତ ମାତା ବନ୍ଦନ କରିଥିଲେ । ଫାଉଣ୍ଡେସନର ଓଡିଶା ଉପାଧ୍ୟକ୍ଷ, ଚକ୍ରଧର ତ୍ରିପାଠୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଗତ ୧୨ତାରିଖରେ ଓୟୁଏଟି ପଡିଆରେ ଫାଉଣ୍ଡେସନର ଦ୍ୱିତୀୟ ଭଏସ୍ ଅଫ୍ ୟୁନିଟୀ କାର୍ଯ୍ୟକ୍ରମଟି କେବଳ ଛାତ୍ରଛାତ୍ରୀ, ଅଭିବାବକ ଓ ଗୁରୁଜୀମାନଙ୍କର ଅକୁଣ୍ଠ ସହଯୋଗ ଯୋଗୁଁ ସଫଳ ହୋଇପାରିଥିଲା ବୋଲି ସାଧାରଣ ସମ୍ପାଦକ, ଦେବ ପ୍ରସାଦ ମିଶ୍ର କହିଥିଲେ । କାର୍ଯ୍ୟକାରୀ ଅଧ୍ୟକ୍ଷ,ମୁରଲୀ ମନୋହର ଶର୍ମା ଉପସ୍ଥିତ ସଭାସଦମାନଙ୍କୁ ଏହି ମହାର୍ଘ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ପରିବେଶ ସୁରକ୍ଷା, ସାମାଜିକ ମୂଲ୍ୟବୋଧର ଅକ୍ଷୁର୍ଣ୍ଣତା, ତଥା ଦେଶପ୍ରେମଭାବନା ପ୍ରଭୃତି ସମସ୍ତ ବିଷୟବସ୍ତୁ ଉପରେ ଶ୍ରୀ ଶର୍ମା ଗୋଟି ଗୋଟି କରି ସୁଚନା ଦେଇଥିଲେ । ପୂର୍ବରୁ ସଙ୍କୁଳ ଓ ଜୋନ୍ ସ୍ତରୀୟ ପ୍ରତିଯୋଗୀତାରେ ଉନ୍ନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ଏକାଙ୍କିକା, କୌତୁକ ବେଶ, ନୃତ୍ୟନାଟିକା, ରାମଚରିତ ମାନସ, ଚୌପାୟୀ, ଭାଗବତ, ତର୍କ, ରଚନା ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ (କ୍ୱିଜ୍), ଶ୍ଳୋକ ଆବୃତ୍ତି, ଭୂ-ଅଳଙ୍କରଣ ଓ ଝୋଟି ଆଦି ସାଂସ୍କୃତିକ ବିଭାଗର ଅନ୍ତିମ ପ୍ରତିଯୋଗୀତା ହୋଇଥିଲା । ଆସନ୍ତା ୧୬ ତାରିଖରେ, ସିଆରପି ଛକ ନିକଟସ୍ଥ ଇନ୍ଦିରା ମୈଦାନରେ ଚୁଡାନ୍ତ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଫାଉଣ୍ଡେସନର ସ୍ୱେଚ୍ଛାସେବୀ ମାନେ ସୁଚନା ଦେଇଛନ୍ତି । ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୯ରୁ ୨୨ ତାରିଖ ମଧ୍ୟରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ହିନ୍ଦୁ ଆଧ୍ୟାତ୍ମିକ ସେବା ମେଳା’ରେ ପୁରସ୍କୃତ କରାଯିବ ବୋଲି ଶ୍ରୀ ମୁରଲୀ ମନୋହର ଶର୍ମା ପ୍ରକାଶ କରିଥିଲେ । ପ୍ରକାଶ ଥାଉକି, ଆମ ଦେଶର ବିଭିନ୍ନ ସଂଗଠନ ଗୁଡିକ କରୁଥିବା ସେବା କାର୍ଯ୍ୟକୁ ମେଳା ମାଧ୍ୟମରେ ପ୍ରଦର୍ଶିତ କରାଯିବା ନିମନ୍ତେ ଗତବର୍ଷ ଓଡିଶାରେ ପ୍ରଥମ ଥର ଲାଗି ଭୁବନେଶ୍ୱରସ୍ଥ ବରମୁଣ୍ଡା ପଡିଆରେ ଡିସେମ୍ବର ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ହେନ୍ଦୁ ସେବା ମେଳା ଲାଗିଥିଲା ।  ଆଗାମୀ ୧୯ ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ, ପ୍ରଦର୍ଶନୀ ପଡିଆରେ, କନ୍ୟା ବନ୍ଦନ, ପିତୃମାତୃ ବନ୍ଦନ, ଆଚାର୍ଯ୍ୟ ବନ୍ଦନ, ଦେଶପ୍ରେମ ବନ୍ଦନ ସହ ସାଂସ୍କୃତିକ ବିଚିତ୍ରା ଓ ବିଦ୍ୱାନମାନଙ୍କ ସ୍ୱର୍ଗୀୟ ଅଭିଭାଷଣ ସମ୍ବଳିତ ଏହି ମେଳାରେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହିବାପାଇଁ ଶ୍ରୀ ଶର୍ମା, ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।  

 

Leave A Reply

Your email address will not be published.