ପାଚିଲା ଫଳର ଉପକାରୀତା ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର

8


ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ପାଚିଲା ଫଳର ଉପକାରୀତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ପାଚିଲା ଫଳ ଏହି ଦିନେ ପ୍ରଚୁର ମିଳେ ସାଧାରଣତଃ ଶରୀର ପାଇଁ ଭଲ।ଏଥିରେ ଭିଟାମିନ୍, ଖଣିଜ,ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ।
ପାଚନ ଶକ୍ତି ବଢ଼ାଏ ଫାଇବର୍ ଥିବାରୁ କୋଷ୍ଠକାଠିନ୍ୟ ଦୂରକରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ପ୍ରାକୃତିକ ଶର୍କରା ଓ କାର୍ବୋହାଇଡ୍ରେଟ୍ ମିଳେ।ହୃଦୟ ପାଇଁ ଉପକାରୀ। ତରଭୁଜ, କମଳା,ପଇଡ଼,କାକୁଡି ଶରୀରରେ ଜଳଅଂଶ ବଢ଼ାଏ, କୋଷଗୁଡ଼ିକୁ ସୁରକ୍ଷା ଯୋଗାଏ, ମର୍ତ୍ତ୍ୟ ଅମୃତ ଅଁଳା, ପିଜୁଳି, ଡାଳିମ୍ବ ଶରୀର ପାଇଁ ଅମୃତ, ମଧୁମେହ କମାଏ। ବନବାସୀ, ରୁଷି ମାନେ ଫଳ ଖାଇ ଶହ ଶହ ବର୍ଷ ନିରାମୟ ଜୀବନ ବିତାଉ ଥିଲେ। ସଫା କରି ଫଳ ଖାଇବାକୁ ପରାମର୍ଶ ଦେଇଥିଲେ l

ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରିଛନ୍ତି l
ଡ଼l. ନକୁଳ ସାହୁ, ଫୋନ 9861450612,

Leave A Reply

Your email address will not be published.