ବାଣପୁର:(ସେକ କୌସର):ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ତରଫରୁ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର୍ ସୁର୍ ପ୍ରତାପ୍ ନରେନ୍ଦ୍ର ସିଂହ ବର୍ମା ଓ ମୁଖ୍ୟ ବକ୍ତା ଭାବେ ଡକ୍ଟର୍ କୈଳାସ ଚନ୍ଦ୍ର ମହାରଣା ମୁଖ୍ୟ ଦର୍ଶନ ବିଭାଗ ବାଲୁଗାଁ କଲେଜ ଯୋଗ ଦାନ କରି ଦିବସ ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରିଥିଲେ।ବର୍ତ୍ତମାନର ଯୁବ ପିଢ଼ି ସ୍ୱାମି ଜୀ ଙ୍କ ବାଣୀରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ। କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଯାଇ ଥିବା ସ୍ୱାମୀ ଜୀ ଙ୍କ ଜୀବନୀ ଉପରେ ଅଧାରିତ ସ୍ୱାଧ୍ୟାୟ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନକୁ ଅତିଥି ମାନଙ୍କ ଦ୍ଵରା ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିତ୍ୱ ବିକାଶ୍ ଶିବିରରେ ଯୋଗ ଦେବାକୁ ଅନୁରୋଧ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ନଗର ସଞ୍ଚାଳକ ସତ୍ୟ ନାରାୟଣ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ଏବଂ ନଗର ପ୍ରମୁଖ କୁମାର ଦାସ୍ ବ୍ୟବସ୍ଥା ପ୍ରମୁଖ ସୁକାନ୍ତ କୁମାର ଯେନା. ଅଧ୍ୟାପିକା ମି କି ମନ ସ୍ୱୀନୀ ଓ ଡକ୍ଟର୍ ଅରବିନ୍ଦ ନାୟକ କାର୍ଯ୍ୟକ୍ରମକୁ ପରିଚଳାନା କରିଥିଲେ। ପରିଶେଷରେ ନଗର ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post