ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରଲୋକ

14

ବେଲଗୁଣ୍ଠା,୧୭/୧୦, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବାଲିଡି ସାହି ନିବାସୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାଇବାଣୀ ଦାସ ଆଜି ନିଜ ବାସ ଭବନରେ ୮୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ବ୍ୟଧିରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଭାଇ ସନ୍ତୋଷ କୁମାର ଦାସ,ଭାଉଜ ସୁନୀତା ଦାସ,ଭଉଣୀ ସୌଦାମିନୀ,ପୁତୁରା ସୌମ୍ୟ,ଦିବ୍ୟ,ଜ୍ଞାନଙ୍କ ସମେତ ପରିବାର ସଦସ୍ୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ଵାରରେ ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ସାଇବାଣୀ ପାଖାପାଖି ୪୪ ବର୍ଷ ଶିକ୍ଷକତା କରିଥିବା ବେଳେ ୨୦୦୨ ରେ ଅବସର ଗ୍ରହଣ କରିଥିଲେ। ସେ ଜଣେ ଆଦର୍ଶ ତଥା ଛାତ୍ରବତ୍ସକ ଶିକ୍ଷୟିତ୍ରୀ ଏବଂ ଦାୟିତ୍ଵସମ୍ପନ୍ନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଯ୍ୟ ନାରାୟଣ ତ୍ରିପାଠୀ, ଯୁବ ସମାଜ ସେବି ରାଜିବ ବେହେରାଙ୍କ ସମେତ, ମନୋଜ ଦଳେଇ ଶେଷ ଦର୍ଶନ କରିଥିଲେ l ସେ ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Leave A Reply

Your email address will not be published.