ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ୍ ବର୍ଗର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଗଜପତି ଚମ୍ପିୟାନ

16

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଲାଙ୍ଗୀର ସ୍ଥିତ ପି.ଆର୍.ହାଇସ୍କୁଲ ଇନଡୋର ଷ୍ଟାଡିୟମରେ ଚାଲିଥିବା ୧୪ ବର୍ଷରୁ କମ୍ ବର୍ଗରେ ରାଜ୍ଯସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ଚମ୍ପିୟାନ ହୋଇଛି।
ଏଥିରେ ଗଜପତି ଜିଲ୍ଲାରୁ ଛେଳିଗଡ ଓଏଭିର ରାଧାକାନ୍ତ ତ୍ରିପାଠୀ , ଏସକେଭି କାଶୀନଗରର କେ.ଯୁବାଂଶ୍ରୀ , ରାୟଗଡ ଏସଏସଡି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ହରିଶ୍ଚନ୍ଦ୍ର ଶବର ଏବଂ ଓଏଭି ଅଲଡାର ପୁରୁଷୋତ୍ତମ ଲୌସିକ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ରାଧାକାନ୍ତ ତ୍ରିପାଠୀ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଛନ୍ତି। ସେ ମଧ୍ୟପ୍ରଦେଶର ସାଗର ସିଟି ଷ୍ଟାଡିୟମରେ ନଭେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଏହାଛଡା ରିଜର୍ଭ ଖେଳାଳି ଭାବେ ୧୭ ବର୍ଷରୁ କମ୍ ବର୍ଗରେ ଇ.ଗୌତମ ମନୋନୀତ ହୋଇଛନ୍ତି। ସେମାନଙ୍କର ବିରଳ କୃତିତ୍ୱ ପାଇଁ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ , ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଏବଂ କ୍ରୀଡା ଦାୟୀତ୍ୱରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସୁରେନ୍ଦ୍ର ପାତ୍ର ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.