ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଵର୍ଗତ ଶିକ୍ଷକ ପବିତ୍ର ପଟ୍ଟନାୟକଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ

3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ବିଜୟଲକ୍ଷ୍ମୀ ଶରଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁ୍ଥିବା ଶିକ୍ଷକ ପବିତ୍ର କୁମାର ପଟ୍ଟନାୟକଙ୍କ ଅକାଳ ବିୟୋଗ ପରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଵର୍ଗତ ପଟ୍ଟନାୟକଙ୍କ ପରିବାର ଲୋକଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଛି I ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ,କିରାଣୀ ଜନାର୍ଦ୍ଦନ ପରିଚ୍ଛା, ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ଏବଂ ସମସ୍ତ ସିଆରସିସି ସ୍ଵର୍ଗତ ଶିକ୍ଷକ ପବିତ୍ର ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ଭାଇ ଭଉଣୀଙ୍କୁ ସମବେଦନା ଜଣାଇଥିଲେ I ତେବେ ସ୍ୱର୍ଗତ ପଟ୍ଟନାୟକ ଅବିବାହିତ ଥିବାରୁ ତାଙ୍କ ଭାଇ ବସନ୍ତ କୁମାର ପଟ୍ଟନାୟକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ନଗଦ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା I

Leave A Reply

Your email address will not be published.