ବ୍ରହ୍ମପୁର : ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଭ୍ରାମ୍ୟମାଣ ଦଳ ପକ୍ଷରୁ ସ୍ଥାନୀୟ ମେଡିକାଲ୍ ପଡିଆ ନିକଟରେ ଦୁଇ ସନ୍ଦିଗ୍ଧ ଯୁବକକୁ ଉଠାଇ ଆଣି ଯେରା କରିବା ବେଳେ ସେମାନଙ୍କ ନିକଟରୁ ୯୧ ଗ୍ରାମର ବ୍ରାଉନସୁଗାର ମିଳିଥିଲା ଓ ଅଧିକ ଯାଞ୍ଚ୍ ବେଳେ ବାବୁ ଦଳେଇ ଓ ନାରାୟଣ ପାତ୍ର ଉକ୍ତ ଦୁଇ ଯୁବକ ସନ୍ଧ୍ୟା ରାଣୀ ଶତପଥୀ ନାମ୍ନୀ ଜଣେ ମହିଳାଙ୍କ ପାଖରୁ ଉକ୍ତ ବ୍ରାଉନସୁଗାର ଆଣି ବିକ୍ରୀ କରୁଥିବା ପ୍ରକାଶ କରିଥିଲେ ଓ ତତକ୍ଷଣାତ୍ ଅବକାରୀ ବିଭାଗ ଭ୍ରାମ୍ୟମାଣ କର୍ମଚାରୀ ମାନେ ହରିଡ଼ାଖଣ୍ଡି ନିକଟସ୍ଥ କୈଳାଶ ନଗର ରେ ରହୁଥିବା ମହିଳା ଙ୍କ ଘରେ ଚଢ଼ାଉ କରିଥିଲେ। କିନ୍ତୁ କୌଶଳ କ୍ରମେ ଉକ୍ତ ମହିଳା ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ତାକୁ କାବୁ କରି ଘର ଭିତରେ ଯାଞ୍ଚ କରିବା ବେଳେ ଦେଖିଲେ ଘର ଭିତରେ ଆଉ କିଛି ବ୍ରାଉନସୁଗାର ଓ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଛି। ଚଢ଼ାଉ ବେଳେ ମହିଳାଙ୍କ ପୁଅ ସୁରଜ୍ ଶତପଥୀ ଉକ୍ତ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଜଣାପଡିଛି। ଉଭୟ ମାଁ ପୁଅକୁ ବିଭାଗୀୟ କର୍ମଚାରୀ ମାନେ ଯେରା କରିବା ବେଳେ ସେମାନେ ଖୋର୍ଦ୍ଧା ରୁ ବ୍ରାଉନସୁଗାର ଓ କଲିକତା ରୁ କିଛି କଞ୍ଚାମାଲ ଆଣି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି। ଉକ୍ତ ସମସ୍ତ କାରବାର ରେ ମହିଳାଙ୍କ ବଡ଼ ପୁଅ ସହଯୋଗ କରୁଥିବା ଉଭୟ ମା ପୁଅ ପ୍ରକାଶ କରିଛନ୍ତି।
ଅବକାରୀ ବିଭାଗ କର୍ମଚାରୀ ମାନେ ମୋଟ ୧୪୧ ଗ୍ରାମ ବ୍ରାଉନସୁଗାର ସମେତ ପ୍ରସ୍ତୁତ ହୋଇଥିବା କିଛି ନକଲି ବିଦେଶୀ ମଦ ସହ ଅଭିଯୁକ୍ତ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.