ମାଲକାନଗିରି,କାଲିମେଳା:ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ଅଫିସ ସମ୍ମୁଖରେ,ଦଲାଲମାନେ ଖୋଲାଖୋଲି ଭାବରେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ ଚାଉଳ ସହିତ ମାଣ୍ଡିଆ କିଣିବାର ଦେଖିବାକୁ ମିଳିଛି। ସରକାର ଗରିବ ପରିବାରର ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟି ପାଇଁ ଏହି ଦୁଇଟି ଜିନିଷ ଯୋଗାଇଥାନ୍ତି, କିନ୍ତୁ ଦଲାଲମାନେ ସେମାନଙ୍କର ଆର୍ଥିକ ଅସୁବିଧାର ସୁଯୋଗ ନେଇ ଶସ୍ତା ଦରରେ କିଣନ୍ତି ଓ ବଜାରରେ ଅଧିକ ଦରରେ ବିକ୍ରୀ କରି ମାଲେମାଳ ହୁଅନ୍ତି ।ତେବେ ଆହାର ପାଇଁ
ଯେପରି କୌଣସି ବ୍ୟକ୍ତିକୁ ନିଜ ପରିବାର ପୋଷଣ ପାଇଁ ଯେପରି ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏବଂ ମାଣ୍ଡିଆ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ
କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ।ଏହି ବେଆଇନ ବ୍ୟବସାୟ ଯୋଗୁଁ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଉଦ୍ଦେଶ୍ୟ ବିଫଳ ହେଉଛି। ଏହି ମାମଲାରେ ପ୍ରଶାସନର ନୀରବତା ଏବଂ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନର ଅଭାବ ଏହି ବେଆଇନ ବ୍ୟବସାୟକୁ ଆହୁରି ପ୍ରୋତ୍ସାହିତ କରୁଛି।ତେବେ ଗରିବ ଓ ଅସହାୟଙ୍କ ପାଇଁ ଆସୁଥିବା ପିଡିଏସ୍ ଚାଉଳ ଏବଂ ମାଣ୍ଡିଆ ବଂଟନ ସମୟରେ ବ୍ୟବସାୟ କରୁଥିବା ଦଲାଲ୍ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post