ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।

3

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଜଣେ ମିଠା ବ୍ୟବସାୟୀଙ୍କ ପୁଅ ସୁରଜ୍ ସାହୁ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆତ୍ମହତ୍ୟା ଉଦ୍ୟମ ର କାରଣ ଅସ୍ପଷ୍ଟ ଥିବା ବେଳେ ଗୁରୁତର ଯୁବକ ଜଣକ ଘଟଣା ପୁର୍ବରୁ ଏକ ପତ୍ର ମାଧ୍ୟମରେ ଲେଖିଛନ୍ତି ଯେ ମୋର ଏହି ଘଟଣା ପାଇଁ କେହି ଦାୟୀ ନୁହଁନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.