ଟ୍ରାଫିକ ସମସ୍ୟା କୁ ନେଇ ପୋଲିସ ପ୍ରଶାସନ ଓ ଓକିଲ ସଂଘ ମଧ୍ୟରେ ଆଲୋଚନା ।

35


ପଦ୍ମପର ତା 17.10.26.: ଗତକାଲି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଅଷ୍ଟମ ଶ୍ରେଣୀ ଛାତ୍ର କମଳ ତାରିଆ ଙ୍କ ମୃତ୍ୟୁ ପରେ ଗଭୀର ମର୍ମାହତ ପଦ୍ମପୁର ଓକିଲ ସଂଘ ର ସଦସ୍ୟ ବୃନ୍ଦ ସ୍ଥାନୀୟ ପୋଲିସ ପ୍ରଶାସନ ସହ ଏକ ଜରୁରୀ କାଳୀନ ସାକ୍ଷାତ ଆଲୋଚନା କରିଥିଲେ | ଆଲୋଚନା ନିଷ୍କର୍ଷ କ୍ରମେ ସମସ୍ତ ସରକାରୀ ଓ ବେସରକାରୀ ବସ୍ ସ୍ଥାନୀୟ ବସଷ୍ଟାଣ୍ଡ କୁ ନା ଯାଇ ଆଜିକୁ21 ତାରିଖ ପର୍ଯ୍ୟନ୍ତ ଦୋରା ପେଟ୍ରୋଲପମ୍ପ ନିକଟସ୍ଥ ଅସ୍ଥାୟୀ ଷ୍ଟାଣ୍ଡ ରେ ଅନୁରୂପ ଭାବେ ଲଷ୍ମୀବସ ଗୁଡିକ ବ୍ଲକ ପରିସର ରେ ନ ରହି ଆର.ଏମ ସି ଗୋରୁ ବଜାର ପ୍ରାଙ୍ଗଣରେ ରହିବ କୌଣସି ପରିସ୍ଥିତି ରେ ବସ୍ ଗୁଡିକ ଭେଉଁରିଆ ଛକ ଇ ରହିବ ନାହିଁ ବୋଲି ସର୍ବସମ୍ପତି ନିଷ୍ପତି ନିଆଗଲା | ତେଣୁ ଜନସାଧାରଣ ବସ ସଂଘ ରିକ୍ସା ସଂଘ ଓ ଅନ୍ୟମାନେ ସହଯୋଗ କରିବା ପାଇଁ ପଦ୍ମପୁର ଓକିଲ ସଂଘ ଓ ପ୍ରଶାସନ ତରଫ ରୁ ନିବେଦନ କରାଯାଇଛି | ଉକ୍ତ ଆଲୋଚନା ସମୟ ରେ ଓକିଲ ସଂଘ ସ୍ଥାନୀୟ ପୋଲିସ ପ୍ରଶାସନ କୁ ଚଳିତ ଦୁର୍ଗା ପୂଜା ସମୟ ରେ ବିଗତ ବର୍ଷ ଅପେକ୍ଷା ଏବଂ ଜନସମାଗମ ପର୍ଯ୍ୟାପ୍ତ ବଢ଼ିଥିବାରୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ଓ ଅଭିଯାନ କରିବାକୁ ଅନୁରୋଧ କରାଯାଇଥିଲା | ଉକ୍ତ ଆଲୋଚନା ରେ ଓକିଲ ସଂଘ ର ବୟୋଜ୍ୟୋଷ୍ଠ ସଦସ୍ୟ ଗୌନ୍ତିଆ କୁମାର ସାହୁ ସମ୍ପାଦକ ହରିଶଙ୍କର ସିଂହ , ପ୍ରଶାନ୍ତ ମାଝୀ, ଲିଙ୍ଗରାଜ ସାହୁ , ପ୍ରମୋଦ ବେହେରା , ଶୁଭାଶିଷ ମିଶ୍ର , ସୁଶାନ୍ତ ସାହୁ , ଚିନ୍ମୟ ପଣ୍ଡା , ଅରୁଣ ଦାନୀ, ମଳୟ ଦାସ , ଆଦି ଉପସ୍ଥିତ ଥିବାବେଳେ ପଦ୍ମପୁର ପୋଲିସ ତରଫରୁ ଏସ.ଡି.ପିଓ ପାଣ୍ଡବ ଶବର ଓ ଆଇ.ଆଇ.ସି କେ. ସାମରୀୟା ଓ ଘରୋଇ ବସ ମାଲିକ ସଦସ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ର ସଦସ୍ୟ ଉପସ୍ଥିତ ଥିଲେ |

Leave A Reply

Your email address will not be published.