ଅପରେସନ ପ୍ରହାର: ବିପୁଳ ପରିମାଣରେ ଗୁଟକା, ସିଗାରେଟ ଜବତ

3

ରାଜଗାଙ୍ଗପୁର,(ବିଷ୍ଣୁ ଭୋମିକ): ରାଜ୍ୟ ପୁଲିସର ‘ଅପରେସନ ପ୍ରହାର’ପରିପ୍ରେକ୍ଷୀରେ ରାଜଗାଙ୍ଗପୁର ପୁଲିସ ପକ୍ଷରୁ ଆଜି ସହରର ଗୁଟକା ବିକ୍ରି ଉପରେ ଚଢ଼ଉ କରାଯାଇଥିଲା। ରାଜଗାଙ୍ଗପୁର ସହର ସମେତ କାଂଶବାହାଲ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ସ୍ଥାନରେ ପାନ ଦୋକାନ ଓ ଚା ଦୋକାନରେ ରାଜଗାଙ୍ଗପୁର ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ଗୁଟକା, ସିଗାରେଟ, ଖଇନି ଆଦି ଜବତ କରିଥିଲା । ଏହି ଚଢ଼ଉ ରାଜଗାଙ୍ଗପୁର ସହରର ରାଷ୍ଟ୍ରୀୟ ବିଦ୍ୟାଳୟ, ଶ୍ରୀଅରବିନ୍ଦ ଇଂରାଜୀ ବିଦ୍ୟାଳୟ, ଗୋପବନ୍ଧୁ ବିଦ୍ୟାଳୟ, ଓସିଏଲ ମାଟିଗେଟ୍, ଟ୍ରାକସନ କଲୋନିର କିତ୍ସ ବିଦ୍ୟାଳୟ ସମେତ କାଂଶବାହାଲ ମହତାବ ରୋଡ଼, ଚୁଙ୍ଗିମାଟି ଅଞ୍ଚଳରେ ଚଢ଼ଉ କରାଯାଇ ଦୋକାନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ନିଶା ଦ୍ରବ୍ୟ ବିକ୍ରି ନିଷେଧନେଇ ତାଗିଦ କରାଯାଇଥିଲା। ହେମନ୍ତ ଧରୁଆ, ଶୈଳେଶ ରାଉତ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.