ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟରେ ଆଜି ସକାଳେ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ବଜାରକୁ ଯାଉଥିବା ଗାଈ ବ୍ୟବସାୟୀ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସହ ଥିବା ଦୁଇଟି ବଳଦ ଗୁରୁତର ଆହତ ହୋଇଛି।
ମୃତକଙ୍କ ପରିଚୟ ଛବି ତାଣ୍ଡି (୫୦), ବଙ୍ଗୋମୁଣ୍ଡା ବ୍ଲକ ଧୁଣ୍ଡିମହୁଲ ଗାଁର ବାସିନ୍ଦା ବୋଲି ଚିହ୍ନଟ ହୋଇଛି। ସକାଳୁ ଦୁଇଟି ବଳଦ ନେଇ ସେ କଣ୍ଟାବାଞ୍ଜିର ଗୋରୁ ବଜାରକୁ ଯାଉଥିଲେ। ରାସ୍ତାରେ ହଠାତ କଣ୍ଟାବାଞ୍ଜିରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କାରେ ସେହିକ୍ଷଣିକେ ଛବି ତାଣ୍ଡିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସହିତ ଥିବା ବଳଦଦୁଇଟି ଗୁରୁତର ଆହତ ହୋଇଛି। ଘଟଣା ପରେ ଟ୍ରକ୍ଟି ପଳାଇବାକୁ ଚେଷ୍ଟା କଲେମଧ୍ୟ କଣ୍ଟାବାଞ୍ଜି ପୋଲିସ କାବୁ କରିଥିଲା। ଟ୍ରକକୁ ଜବତ କରାଯାଇଛି ଓ ଡ୍ରାଇଭରଙ୍କୁ ଅଟକ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ଘଟଣାସ୍ଥଳରେ ମୃତଦେହ ପଡ଼ିଥିବାବେଳେ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଉତ୍ତେଜିତ ହୋଇଛନ୍ତି। ସଡ଼କକୁ ଘେରି ସେମାନେ ପ୍ରତିବାଦ କରୁଥିବାରୁ ପରିସ୍ଥିତି ତିବ୍ର ହୋଇଯାଇଛି।
ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ମୃତକ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ଉଠିଛି ।
Sign in
Sign in
Recover your password.
A password will be e-mailed to you.