ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ

3

ପଦମପୁର ତା ୧୦/୦୯- ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜମରତଲା ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଶ୍ରୀ ପ୍ରମୋଦ ନାଥ ଓ ଶ୍ରୀ ଜୀବନାନନ୍ଦ ସାହୁ ବିଚାରକ ଭାବରେ ଯୋଗଦାନ କରିଥିଲେ। ବରିଷ୍ଠ ବିଜ୍ଞାନଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ପ୍ରୀତିରଶ୍ମୀ ସେଠ ସହଯୋଗ କରିଥିଲେ। ବ୍ଲକର ଛଅଟି ସ୍କୁଲ ରୁ ବିଜ୍ଞାନ ଭିତ୍ତିକ ଉଚ୍ଚକୋଟିର ଛଅଟି ନାଟକ ପ୍ରଦର୍ଶିତ ହୋଇଥିଲା। ଆଦର୍ଶ ବିଦ୍ୟାଳୟ ଦ୍ୱାରା ପ୍ରଦର୍ଶିତ ନାଟକ “ବିଜ୍ଞାନ ରେ ନାରୀ “ସର୍ବଶ୍ରେଷ୍ଠ ହୋଇ ଜିଲ୍ଲାସ୍ତର କୁ ଉନ୍ନୀତ ହୋଇଥିବା ବେଳେ ନାଟକଟିର ଲେଖକ ଓ ନିର୍ଦ୍ଦେଶକ ଭାବରେ ସୁଶ୍ରୀ ପୁଷ୍ପାଞ୍ଜଳି ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଲାଲାଜୀ ବାଲାଜୀ ସଂସ୍କୃତ ବିଦ୍ୟାଳୟ ଦ୍ୱାରା ପ୍ରଦର୍ଶିତ ନାଟକ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରୀ ଅଂଶୁମାନ ସାହୁ ଶ୍ରେଷ୍ଠ ଅଭିନେତା ଓ ସୁଶ୍ରୀ ଶ୍ରାବଣୀ ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ ହୋଇଥିଲେ।

Leave A Reply

Your email address will not be published.