ମାଲକାନଗିରି/ ସୁରେନ୍ଦ୍ର ବେମାଲ:ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ସ୍ଥିତ ଲ୍ୟାମ୍ପସ କାର୍ଯ୍ୟାଳୟ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଲ୍ୟାମ୍ପସ ଚେୟାରମ୍ୟାନ ଈଶ୍ୱର ପାଣିଗ୍ରାହୀ। ଏହି ଅବସରରେ ସେ ପ୍ରଥମେ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଯାଇ ସେଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଅତୁଲ୍ୟ କୁମାର ମାଳିକ କେ.ସି.ସି.ବି. ଜେୟପୁର, ବ୍ୟାଙ୍କ ସଚିବ, ମନୋଜ କୁମାର ସାହୁ ଲୋନ୍ ମ୍ୟାନେଜର, ରମା ରାଉତ ଡାଇରେକ୍ଟର କେ.ସି.ସି.ବି. ଜେୟପୁର, ସଦୁ ଖିଲା ଲ୍ୟାମ୍ପସ ଅଧ୍ୟକ୍ଷ, ପଦ୍ମିନୀ ଖିଲା ଲ୍ୟାମ୍ପସ ଉପାଧ୍ୟକ୍ଷ, ଅଭିମନ୍ୟୁ ହାଲବା ସଭ୍ୟ, କୋରୁକୋଣ୍ଡା ଲ୍ୟାମ୍ପସ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ବୈଠକରେ ଲ୍ୟାମ୍ପସର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଚାଷୀମାନେ ନିଜର ଅଭିଯୋଗ ସିଧାସଳଖ ଚେୟାରମ୍ୟାନଙ୍କୁ ଜଣାଇଥିଲେ। ପରେ ଲ୍ୟାମ୍ପସ କାର୍ଯ୍ୟାଳୟ ନିକଟରେ ଥିବା ଗୋଦାମ ଗୃହ ପରିଦର୍ଶନ କରିଥିଲେ। ଉକ୍ତ ଗୋଦାମ ଗୃହ ନିକଟରେ ୧ କୋଟି ୭୮ ଲକ୍ଷ ଟଙ୍କାର ନିଜସ୍ୱ ଶସ୍ୟ ଗୋଦାମ ଗୃହ ନିର୍ମାଣ କରିବାକୁ ଲ୍ୟାମ୍ପସ ପକ୍ଷରୁ ସ୍ଥିର କରାଯାଇଥିବା ବେଳେ ନିଜସ୍ୱ ଜାଗା ଲ୍ୟାମ୍ପସ କେତେ ରହିଛି ତାହାର ଅନୁଧ୍ୟାନ କରିଥିଲେ ଚେୟାରମ୍ୟାନ । ଏଥିସହ ସାରର କଳା ବଜାରୀ ହେଉଥିବା ନେଇ କିଛି ଚାଷୀ ଅଭିଯୋଗ କରିଥିଲେ। ଯେପରିକି କିଛି ଡିଲର ନିଜ ଦୋକାନରେ ୟୁରିଆ ସାର ୬୦୦ ରୁ ୭୦୦ ଟଙ୍କାରେ ବିକ୍ରି କରୁଥିବା ନେଇ ସେ ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରାଇ ପଦକ୍ଷେପ ନେବେ ବୋଲି ଆଶ୍ୱାସନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.