ବିଷମକଟକ (ଶୁଭମ ମହାପାତ୍ର): ଆଠ ବର୍ଷ ରେ ଦୁଇ ଦୁଇଟି ବିଡିଓ ଙ୍କ ଅମଳ ରେ ଯାହା ସମ୍ଭବ ହୋଇ ପାରି ନଥିଲା ସେହି କାର୍ଯ୍ୟ କୁ ବାସ୍ତବତା ର ରୂପ ଦେବା ରେ ସକ୍ଷମ ହୋଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ତାଙ୍କ ବୈଷୟିକ ଦଳ I ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ଙ୍କ ତତ୍ୱାବଧାନ ରେ ୮ବର୍ଷ ଧରି ଅସମ୍ପୂର୍ଣ ଥିବା ଏକ ପ୍ରକଳ୍ପ କୁ, ରେକର୍ଡ ତିନି ଦିନ ମଧ୍ୟରେ ଯନ୍ତ୍ରୀ ମାନେ ସମ୍ପୂର୍ଣ କରିବା ରେ ସକ୍ଷମ ହୋଇଛନ୍ତି I ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଯାଉଛି I ଖବର ପ୍ରସାରଣ ପରେ ଏହି ଦୁର୍ଗମ ଅଞ୍ଚଳ ରେ ଏହାକୁ ନେଇ ଲୋକେ ଖୁବ ଉତ୍ସାହିତ ଥିବା ବେଳେ ବିଡିଓଙ୍କର ପ୍ରଚେଷ୍ଟା ଓ ପ୍ରଶାସନିକ ଆନ୍ତରିକତା ପାଇଁ ଅଞ୍ଚଳ ର ରାଜେନ୍ଦ୍ର ହିକାବାଡ଼ି, ରାମ ଜାଗାରାଙ୍ଗା, ଘାସିରାମ ହିକାବାଡ଼ି, ଗାଟିଲା ହିକାବାଡି ପ୍ରମୁଖ କୃତଜ୍ଞତା ଜଣେଇଛନ୍ତି I
ବିଷମକଟକ ବ୍ଲକ ଅନ୍ତର୍ଗତ ରାସକୋଲା ଗ୍ରାମ ପଞ୍ଚାୟତ ଟି ବ୍ଲକ ର ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ I ପଡୋଶୀ ଗୁଡାରି ଏବଂ ଚନ୍ଦ୍ରପୁର ବ୍ଲକ ର ସୀମା ବର୍ତ୍ତୀ ଅଞ୍ଚଳ ସହ ଭୌଗଳିକ ଦୃଷ୍ଟି କୋଣ ରୁ ମଧ୍ୟ ଏହି ଅଞ୍ଚଳ ଅପହଞ୍ଚ ବୋଲି କୁହାଯାଏ I ତେବେ ଆର୍ଥିକ ବର୍ଷ ୨୦୧୭-୧୮ ରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ୨ ଲକ୍ଷ୍ୟ ଓ ମନରେଗା ଯୋଜନା ଅଧୀନରେ ୫ ଲକ୍ଷ ଏଭଳି ମୋଟ ୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପଞ୍ଚାୟତ ର ଜନାପୀଙ୍ଗା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଅନୁଦାନ
ଆସିଥିଲା I ଏଠାକାର ଭୌଗଳିକ ଦୃଷ୍ଟି କୋଣ ତଥା ମହିଳା ଓ ଶିଶୁ ଙ୍କ ଆବଶ୍ୟକତା ଦୃଷ୍ଟି ରୁ ଏହି କେନ୍ଦ୍ର ର ଆବଶ୍ୟକତା ନିତାନ୍ତ ଜରୁରୀ ହୋଇଥିଲେ ହେଁ, ଅନୁଦାନ ରାଶି ଅନୁମୋଦନ ର ପ୍ରାୟ ୨ ବର୍ଷ ର ବିଳମ୍ବ ପରେ ଏହି ପ୍ରକଳ୍ପ କାର୍ଯ୍ୟ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସମୟରେ ଆରମ୍ଭ କରାଯାଇଥିଲା I ଉକ୍ତ ପ୍ରକଳ୍ପ ର ପ୍ରାରମ୍ଭ ରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ, ସେମାନଙ୍କ ଦୈନିକ ମଜୁରୀ ମଧ୍ୟ ଦିଆଯାଇନଥିବା ଭଳି ବିବାଦ ହେତୁ ଏହି ପ୍ରକଳ୍ପ ଟି ଦୀର୍ଘ ଆଠ ବର୍ଷ ହେବ ଅସମ୍ପୂର୍ଣ ହୋଇ ପଡିରହିଥିଲା I ଇତି ମଧ୍ୟରେ ଦୁଇ ଜଣ ବିଡିଓ ଙ୍କ ବଦଳି ସରିଛି ହେଲେ କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା କୁହାଯାଏ I ତେବେ ନୂତନ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦାୟିତ୍ୱ ଗ୍ରହଣ କରିବା ପରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ର ସମୀକ୍ଷା ବେଳେ ଜିଲ୍ଲାର ଅସମ୍ପୂର୍ଣ ହୋଇ ପଡିରହିଥିବା କେନ୍ଦ୍ର ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲେ I ଯାହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏଭଳି ଗୁରୁତ୍ୱ ପୁର୍ଣ ପ୍ରକଳ୍ପ ଗୁଡିକର ଯଥା ସ୍ଥିତି ସମ୍ପର୍କୀୟ ବିବରଣୀ ନିୟମିତ ଭାବେ ସମୀକ୍ଷା କରୁଥିବା କୁହାଯାଏ I ତେବେ ଦୀର୍ଘ ଆଠ ବର୍ଷ ଧରି ପଡିରହିଥିବା ପ୍ରକଳ୍ପ ର ବିବାଦ କୁ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ଅତିରିକ୍ତ ସହାୟକ ଯନ୍ତ୍ରୀ ଦାୟିତ୍ୱ ରେ ଥିବା ଝରଣା ତ୍ରିପାଠୀ ଏହାର ସମାଧାନ କରିବା ରେ ସଫଳ ହେବା ପରେ ନିର୍ମାଣ କାର୍ଯ୍ୟ ଟି ଆଗେଇ ପାରି ରେକର୍ଡ ତିନି ଦିନ ମଧ୍ୟରେ ସମ୍ପୂର୍ଣ ହୋଇ ପାରିଥିବା ସ୍ଥାନୀୟ ବାସି ପ୍ରକାଶ କରିଛନ୍ତି I ପଞ୍ଚାୟତ ଦାୟତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ସାଗର ଗୌଡ଼ ଏବଂ ଅତିରିକ୍ତ ସହାୟକ ଯନ୍ତ୍ରୀ ସମ୍ପୂର୍ଣ ଭାବେ ତିନି ଦିନ ଉକ୍ତ ସ୍ଥାନ ରେ ରହି ଏହାର ନିର୍ମାଣ କାର୍ଯ୍ୟ ସାରିଥିବା କୁହାଯାଉଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭରଚୁଆଲି ଏହାର ଶୁଭାରମ୍ଭ କରିବେ ବୋଲି ମଧ୍ୟ ସୂଚନା ରହିଛି I ଯାହା ପରେ ବିଭାଗୀୟ ଅଧିକାରୀ ଙ୍କ ଠାରୁ ଅଞ୍ଚଳ ବାସି ପର୍ଯ୍ୟନ୍ତ ସମସ୍ତେ ବେଶ ଉତ୍ସାହିତ ଥିବା କୁହାଯାଉଛି I
ତେବେ ଦୀର୍ଘ ବର୍ଷ ଧରି ପଡି ରହିଥିବା ଅଙ୍ଗନବାଡି କେନ୍ଦ୍ର ବିଡିଓଙ୍କ ଦୃଢ଼ ଇଛା ଶକ୍ତି ପାଇଁ ପରିଶେଷରେ ସମ୍ପୂର୍ଣ ହୋଇପାରିଥିବା ହେତୁ ଏଥି ପାଇଁ ସ୍ଥାନୀୟ ଲୋକେ ବିଡ଼ିଓ ଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ବେଳେ, ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ୱାରା ଅଞ୍ଚଳ ର ଜନାପିଙ୍ଗା, କିଡ୍ରିମାଳା, ରୁଙ୍ଗଟି, କୀଡୀମାଟି ଏଭଳି ଚାରୋଟି ଗ୍ରାମ ର ଛଅ ବର୍ଷ ରୁ କମ ୧୧୦ ଜଣ ଶିଶୁ ଓ ପାଖାପାଖି ୧୫୦ ରୁ ଅଧିକ ମହିଳା ଏହାର ଲାଭ ପାଇ ପାରିବେ ବୋଲି ସ୍ଥାନୀୟ ସରପଞ୍ଚ, ତଥା ନାଏବ ସରପଞ୍ଚ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.