ଆରଏସଏସ ର ଶତାବ୍ଦୀ ପାଳନ ଉପଲକ୍ଷେ ଡାବୁଗାଁ ଖଣ୍ଡ ର ବୈଠକ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୦/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଜଗନ୍ନାଥ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଗାମୀ ଅକ୍ଟୋବର ୨ ତାରିଖ ବିଜୟା ଦଶମୀ ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗଠନ ର ୧୦୦ ବର୍ଷ ପୂରଣ କରୁଥିବାରୁ ସଂଘ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଡାବୁଗାଁ ଖଣ୍ଡ କାର୍ଯ୍ୟବାହ ଫୁଲ ସିଂ ରାଉତ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକ ରେ ୭ ଟି ପ୍ରମୁଖ କାର୍ଯ୍ୟ କରିବା ନିମନ୍ତେ ଆଲୋଚନା ହୋଇଥିଲା। ୨୫ ସେପ୍ଟେମ୍ବର ରୁ ୨ ଅକ୍ଟବର ବିଜୟାଦଶମି ରେ ପୂର୍ଣ୍ଣ ଗଣବେଶ ସହ ସ୍ବୟଂ ସେବକ ଙ୍କ ଯୋଗଦାନ,ନଭେମ୍ବର ୧୧ ତାରିଖରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଗୃହ ସମ୍ପର୍କ ଅଭିଯାନ,୨୦୨୬ ଜାନୁଆରୀ ମାସରେ ପ୍ରତ୍ୟେକ ମଣ୍ଡଳ ରେ ହିନ୍ଦୁ ସମ୍ମିଳନୀ,ଏପ୍ରିଲ ମାସରେ ପ୍ରମୁଖ ଜନ ସଂଗୋଷ୍ଠି, ଅଗଷ୍ଟ ମାସରେ ପ୍ରତ୍ୟେକ ଖଣ୍ଡ ଓ ନଗରରେ ସଦ୍ ଭାବନା ବୈଠକ,ସେପ୍ଟେମ୍ବର ରେ ଯୁବ ସମ୍ମିଳନୀ ଓ ୨୦୨୬ ମସିହା ୩୦ ସେପ୍ଟେମ୍ବର ରୁ ୯ ଅକ୍ଟୋବର ମଧ୍ୟରେ ଅଧିକ ରୁ ଅଧିକ ସ୍ଥାନରେ ଶାଖା ଗଠନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ଆର ଏସ ଏସ ବିଶ୍ଵ ଶାନ୍ତି,ସମୃଦ୍ଧି ଓ ଏକ ସଂଗଠିତ ହିନ୍ଦୁ ସମାଜ ଗଠନ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଥିବା ବେଳେ ବିଭାଜନକାରି ଓ ଆତ୍ମଘାତୀ ପ୍ରବୃତ୍ତି ଗୁଡିକରୁ ମାନବ ସମାଜ କୁ ସୁରକ୍ଷିତ ରଖିବା ସହ ସଚରାଚର ଜଗତ ରେ ଏକତ୍ଵର ଭାବନା ତଥା ଶାନ୍ତି କୁ ସୁନିଶ୍ଚିତ କରିବା ସଂଘର ମୂଳ ଲକ୍ଷ୍ୟ ରହିଥିବା କହିଥିଲେ। ଏହି ବୈଠକ ଆର ଏସ ଏସ ର କର୍ମକର୍ତ୍ତା ସହ ବିଭିନ୍ନ ହିନ୍ଦୁ ସଂଗଠନ ର କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.