ବଲାଙ୍ଗୀର,(ଶାସକ ପ୍ରଶାସକ): ସାରା ଓଡ଼ିଶାରେ ପ୍ରତିଦିନ ମଦଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ଥିବା ଗୋଟିଏ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମହୁଲି ମଦଭାଟିରେ ବିଷାକ୍ତ ଅପମିଶ୍ରଣ କରି ମଦ ତିଆରି ହେଉଥିବାରୁ ଚର୍ଚ୍ଚାରେ ଆସିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ
ମହୁଲ ଫୁଲକୁ ଫାସ ପକାଇବା ପୂର୍ବରୁ ପ୍ରତି ଡ୍ରମରେ ପାଞ୍ଚ କିଲୋଗ୍ରାମ ଚିନି ମିଶାଯାଉଛି, ଯାହା ମଦର ଡିଗ୍ରୀ ବଢ଼ାଇଦିଏ । ସେହିପରି ଜଙ୍ଗଲରୁ ଆଣି ସାହାଜ ପତ୍ରକୁ କୁଟି ମିଶାଯାଉଛି, ଯାହା ମଦର ଦୁର୍ଗନ୍ଧକୁ ଲୁଚାଇ ଦିଏ। ଏହିଭଳି କୃତ୍ରିମ ଅପମିଶ୍ରଣ ବିନା, ଭାଟିରେ ମଦ ତିଆରି କରିପାରିବେ ନାହିଁ ବୋଲି ଲୋକେ ସୁଚନା ଦେଇଛନ୍ତି।
ଅଧିକାରୀଙ୍କ ନଜରଦାରୀ ପ୍ରଶ୍ନରେ ସାଧାରଣତଃ ମଦର ଉତ୍ପାଦନ ଓ ଗୁଣବତ୍ତା ରାଜ୍ୟ ଅବକାରୀ ବିଭାଗର ଯାଞ୍ଚରେ ଥାଏ। କିନ୍ତୁ ଅପମିଶ୍ରିତ ମଦ କିପରି ଲୋକଙ୍କୁ ବିକ୍ରୟ କରାଯାଉଛି, ସେଥିରେ ଜିଲ୍ଲା ଅବକାରୀ ବିଭାଗର ଭୂମିକା ପ୍ରଶ୍ନରେ ପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ ଆଧାର ରେ, ଯାଞ୍ଚ ବାହାନାରେ ଅଧିକାରୀମାନେ ଭୁଲ ରିପୋର୍ଟ ଦେଇ ଭାଟି ମାଲିକଙ୍କ ଠାରୁ ମୋଟା ଅଙ୍କର ଲାଭ କରୁଛନ୍ତି।
ଏହି ଅପମିଶ୍ରିତ ମଦ ସେବନରୁ ବିଭିନ୍ନ ମାରାତ୍ମକ ରୋଗ ସମ୍ଭବ। ସରକାରୀ ଲାଇସେନ୍ସ ପ୍ରାପ୍ତ ଭାଟିରେ ଏପରି ବିଷାକ୍ତ ମଦ ତିଆରି ହେବା ସାମାଜିକ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ। ସଇଁତଳା ଗ୍ରାମବାସୀ ବିଷାକ୍ତ ମଦ ପ୍ରସ୍ତୁତିକୁ ବିରୋଧ କରି ଶୀଘ୍ର ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେବାକୁ ଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post