ପିସିସି ସାମାଜିକ ଗଣମାଧ୍ୟମ ଟିମ୍ ଗଠିତ

3

ଭୁବନେଶ୍ୱର, ତା ୭/୯/୨୫:- ଏଆଇସିସି ଏବଂ ପିସିସିର ନେତାମାନଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାର ଉପଯୁକ୍ତ ପ୍ରସାରଣ ଏବଂ ପ୍ରଚାର ପାଇଁ ରାଜ୍ୟ ସୋସିଆଲ ମିଡିଆ କମିଟିକୁ କ୍ରିୟାଶୀଳ କରିବା ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ୩୮ ଜଣ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ବିଧାୟକ ସତ୍ୟଜିତ ଗମାଙ୍ଗୋ ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ନୂତନ ସଭ୍ୟ ଓ ସଭ୍ୟା ଭାବେ ନିଯୁକ୍ତି ପ୍ରଦାନ କରି ସେମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ଗମାଙ୍ଗୋ ନବନିଯୁକ୍ତ ସଦସ୍ୟମାନଙ୍କୁ ଶୁଭେଛା ଜଣେଇବା ସହ ଦଳୀୟ ବିଚାରଧାରା ଏବଂ ଦଳୀୟ ନେତୃତ୍ୱର ସମସ୍ତ ପ୍ରୟାସର ଉପଯୁକ୍ତ ପ୍ରଚାର, ପ୍ରସାର କରିବା ପାଇଁ ସେମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ଉକ୍ତ କମିଟିରେ ମାନସ ଆଚାର୍ଯ୍ୟ, ମୁକେଶ ଅଗ୍ରୱାଲ, ଶ୍ୟାମ ଅଗ୍ରୱାଲ, ରିଶିରାଜ୍ ସାହୁ, ସୁବାଶ ନାୟକ, କୈଳାଶ ସାହୁ, ଆଦିତ୍ୟ କିରଣ ନାଗ, ମାହେପରା ନିଖତ୍, ମାନସ ପରିଡା, ଦିବ୍ୟଜୋତି ତ୍ରିପାଠୀ, ରମାକାନ୍ତ ମଙ୍ଗରାଜ , ଅଞ୍ଜାନ କୁମାର ସିଂହ , ଝରିଆ ନାୟକ, ଅସଲମ୍ ଖାନ୍, ସୁମନ୍ତ ସାହୁ, ମୁସ୍ତାଫିଜ ଆଲାମ, ମିହିର ରାୟ, ମନୀଷା ଡୁଙ୍ଗ ଡୁଙ୍ଗ, ଇମ୍ରାନ୍ ଅଲି ଖାନ୍, ସୁଭମରାଜ, ସୁର୍ଯ୍ୟକାନ୍ତ ଜେନା, କାମାକ୍ଷା ପ୍ରସାଦ ଦଳବେହେରା, ବିଭୂତି ଭୂଷଣ ଦଳବେହେରା, ଧ୍ରୁବ ଚରଣ ବେହେରା, ରମେଶ ଖୋରା, କାସିନାଥ ନାୟକ, ଜଗନ୍ନାଥ ହେନ୍ତାଳ, ଅଜିତ୍ ସାହୁ, ସୁଶାନ୍ତ ସାହୁ (ବରଗଡ), କୁନୁ ମିଶ୍ର, ସନ୍ତୋଷ ପଣ୍ଡା, ସତ୍ୟ ରଂଜନ ମହାପାତ୍ର, ସେକ ହେଦାୟତ ଅଲି, ବିଶ୍ୱଜିତ୍ ପ୍ରଧାନ, ତପନ କୁମାର ସାହୁ, ରାକେଶ ମହାନ୍ତି, ଲାଲାଟେନ୍ଦୁ ପରିଡା, ଦେବଦତ୍ତ ଦୀକ୍ଷିତ ପ୍ରମୁଖ ରହିଛନ୍ତି।

Leave A Reply

Your email address will not be published.