ସୁନାମୁଦୀରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୁଆଁଖାଇ ଭେଟଘାଟ

3

ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ) :- ବଲାଙ୍ଗୀର ଜ଼ିଲ୍ଲା ପାଟଣାଗଡ଼ ବ୍ଲକ ଅଧିନସ୍ଥ ସୁନାମୁଦୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ । ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସଂଘର ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ସଭାପତିତ୍ୱର ଭାର ବହନ କରିଥିଲେ। ସଭାରେ ମୂଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସଂଘର ଜ଼ିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ହେମେନ୍ଦ୍ର ନାଥ ହାଁସଦl, ବ୍ଲକ ସଭାପତି ଶ୍ରୀଯୁକ୍ତ ପଦ୍ମନ ପ୍ରଧାନୀ ଟିଟିଲାଗଡ଼, ଶ୍ରୀଯୁକ୍ତ ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ଶ୍ରୀଯୁକ୍ତ ରାଜୀବ କୁଅଁର ମୁରିବାହାଲ, ଶ୍ରୀଯୁକ୍ତ ସନ୍ତୋଷ ପୁଟା ସଇଁତଲା , ବଲାଙ୍ଗିର ନଗର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ମୁର୍ମୁ, ଟିଟିଲାଗଡ଼ ନଗର ସଭାପତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ମାଝୀ, ଶ୍ରୀମତୀ ଲଷ୍ମୀ ଶବର ଖପ୍ରାଖୋଲ, ଶ୍ରୀଯୁକ୍ତ ଭୁବନେଶ୍ୱର ଧରୁଆ ଆଗଲପୁର, ପ୍ରଫୁଲ୍ଲ ପ୍ରଧାନୀ, କୈଳାଶ ପ୍ରଧାନୀ, ପାର୍ଥରାମ ଭୋଇ, ସଂକୀର୍ତନ ସିକା,ସୁନାମୁଦୀ ପଞ୍ଚାୟତ ସଭାପତି ଲଳିତ ମିର୍ଦ୍ଧା, ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ l ରାଜ୍ୟସଭା ସାଂସଦ, ନିରଞ୍ଜନ ବିଶି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସତ କିନ୍ତୁ ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ କୌଣସି କାର୍ଯ୍ୟ କରାଯାଉନାହିଁ l ଆଦିବାସୀ ସମୁଦାୟର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଯୋଜନା ଗୁଡିକୁ ସରକାର ବନ୍ଦ କରିଦେଉଛନ୍ତି l ଉଦାହରଣ ମାଧ୍ୟମରେ ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରି କହିଲେ ଯେ ରାଜ୍ୟରେ ୨୩ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ପାଇଁ ଘରୋଇ ଇଂରାଜୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଏସଟି ଏସସି ଛାତ୍ରଛାତ୍ରୀ ସରକାରୀ ଖର୍ଚ୍ଚ ରେ ପଢ଼ିବା ସୁଯୋଗ ପାଉଥିଲେ l ଆବାସିକ ସୁବିଧା ପାଇଁ ଅନ୍ଵେଷା ହଷ୍ଟେଲ ପ୍ରତିଷ୍ଠା ହୋଇଛି l ୨୦୧୫ ମସିହାରୁ ଓଡିଶା ରେ ୨୩ ହଜାର ଏସଟି ଏସସି ଛାତ୍ରଛାତ୍ରୀ ୯୮ ଟି ଅନ୍ଵେଷା ହଷ୍ଟେଲରେ ପଢୁଛନ୍ତି l କିନ୍ତୁ ସରକାର ଏହି ଯୋଜନାରେ ଚଳିତ ଶିକ୍ଷା ବର୍ଷ ରୁ ପ୍ରଥମ ଶ୍ରେଣୀ ରେ ନାମ ଲେଖା ବନ୍ଦ କରିଦେଇଛନ୍ତି l ସରକାର ର ଏଭଳିଆ ମାନସିକତା ଏସଟି, ଏସସି ବିରୋଧୀ ମନୋଭାବର ପରିଚୟ ବୋଲି ସାଂସଦ ଶ୍ରୀ ବିଶି କ୍ଷୋଭ ପ୍ରକାଶ କରିଥିଲେ l ସେହିଭଳି ମେଡିକାଲ, ଇଞ୍ଜିନିୟରିଙ୍ଗ, ପ୍ରଫେସନାଲ ଉଚ୍ଚ ଶିକ୍ଷାନୁଷ୍ଠାନ ରେ ଏସଟି ସମ୍ପ୍ରଦାୟ ପାଇଁ ୨୩ ପ୍ରତିଶତ ସଂରକ୍ଷଣ ବଦଳରେ ୧୨ ପ୍ରତିଶତ ଏବଂ ଏସସି ପାଇଁ ୧୭ ପ୍ରତିଶତ ବଦଳରେ ୮ ପ୍ରତିଶତ କୋଟା ବ୍ୟବସ୍ଥା କୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି କଡ଼ା ସମାଲୋଚନା କରିଥିଲେ l ଜମି,ଜଳ,ଜଙ୍ଗଲ ଉପରେ ଆଦିବାସୀ ଙ୍କ ଅଖଣ୍ଡ ଅଧିକାର ରହିଛି l ଆଦିବାସୀ ବସବାସ କରୁଥିବା ଜମି ଜଙ୍ଗଲ ଅଞ୍ଚଳ ରେ ଖଣିଜ ପଦାର୍ଥ ରହିଛି l ତେବେ ଖଣିଜ ଦ୍ରବ୍ୟ ଉତ୍ତୋଳନ ନାଁ ରେ ଆଦିବାସୀ ମାନଙ୍କୁ ବିସ୍ଥାପନ କରିବା ଅନୁଚିତ ବୋଲି ଚେତାବନୀ ଦେଇଥିଲେ l ଶେଷରେ ଓଡ଼ିଆ ମାଧ୍ୟମରେ ପଢ଼ିଥିବା ମୁରିବାହାଲ ବ୍ଲକ ଚଲକି ଗାଁ ର ବିଷ୍ଣୁ ଚରଣ ମାଝୀ ନିଟ ପରୀକ୍ଷାରେ ୧୧୧ ରେଙ୍କ ରେ କୃତିତ୍ୱ ହାସଲ କରି ବୁର୍ଲା ମେଡିକାଲ କଲେଜ ରେ ଏମ.ବି.ବି.ଏସ ପଢ଼ିବାର ଉଦାହରଣ ସୃଷ୍ଟି କରିଥିବାରୁ ଶ୍ରୀ ମାଝୀଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ମାଝୀ ଙ୍କୁ ଉତ୍ସାହିତ କରିବା ପାଇଁ ସଂଘ ତରଫରୁ ୫ହଜାର ଟଙ୍କା ଆର୍ଥିକ ସହଯୋଗ କରାଯାଇଥିଲା l ସଂଘ ର ସହ-ସମ୍ପାଦକ ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l

Leave A Reply

Your email address will not be published.