ବାଲୁକା କଳାରେ ସଙ୍ଗୀତଜ୍ଞ ଅଭିଜିତଙ୍କ ଆଶୁ ଆରୋଗ୍ଯର ପ୍ରାର୍ଥନା

3

ପୁରୀ,୭/୯ : ଓଡ଼ିଶାର ସଙ୍ଗୀତ ଜଗତରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଏବେ କୋମାରେ ଚିକିତ୍ସାଧୀନ। ତାଙ୍କର ଆଶୁ ଆରୋଗ୍ଯ ପ୍ରାର୍ଥନା କରି ବାଲୁକା କଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ମଜୁମଦାରଙ୍କ ବାଲୁକା ମୂର୍ତ୍ତି କରି “ଗେଟ ୱେଲ ସୁନ” ଲେଖି ସେ ତାଙ୍କ ଆରୋଗ୍ଯ କାମନା କରିଛନ୍ତି । ମଜୁମଦାରଙ୍କ ସ୍ୱର ଆମ ସମସ୍ତଙ୍କୁ ମନୋରଞ୍ଜନ ଦେଇଛି, ଆଜି ଆମେ ସମସ୍ତେ ପ୍ରାର୍ଥନା କରୁଛୁ, ସେ ଶୀଘ୍ର ସୁସ୍ଥ ହୋଇ ପୁଣି ମନୋରଞ୍ଜନର ମଞ୍ଚକୁ ଫେରନ୍ତୁ ବୋଲି କହିଛନ୍ତି ଶିଳ୍ପୀ ସୁଦର୍ଶନ। ଏହି ବାଲୁକାକୃତିକୁ ଦେଖି ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକମାନେ ମଜୁମଦାରଙ୍କ ସୁସ୍ଥତା ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ସମୁଦ୍ରକୂଳରେ ଏହି ଆୟୋଜନ ଦେଖିବାକୁ ବହୁ ଲୋକ ମହାପ୍ରଭୁଙ୍କ ପାଖରେ ଆରୋଗ୍ଯର କାମନା କରିଛନ୍ତି ।

Leave A Reply

Your email address will not be published.