କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ପବିତ୍ର ଇନ୍ଦୂପୂର୍ଣିମା ଭାଗବତ ଜନ୍ମ ପୁଣ୍ୟ ତିଥିରେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ୍ ତରଫରୁ ବିଭିନ୍ନ ଗାଁ ଗଣ୍ଡାରେ ଥିବା ଭାଗବତ ଟୁଙ୍ଗୀ ପରିକ୍ରମା କରାଯାଇ ନିୟମିତ ଭାଗବତ ପାଠ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ଫୁଲମାଳ ଦିଆଯାଇ ସମ୍ବର୍ଦ୍ଧନା କରା ଯାଇଥିଲା।ଓ ଶ୍ରୋତା ମାନଙ୍କୁ ରସାବଳି ଉପହାର ପ୍ରଦାନ କରାଯାଇ ଥିଲା। ଉକ୍ତ କାର୍ଯକ୍ରମ ରେ ଗୁଣୁପୁର ପଟଣାସ୍ଥିତ ଦାରୁବ୍ରହ୍ମ ଙ୍କ ଭାଗବତ ଟୁଙ୍ଗୀ ମହନ୍ତ ପ୍ରଭାକର ତରାଇ, ଗଙ୍ଗାରାମପୁର ସିଦ୍ଧ ପରମହଂସ ଭାଗବତ ଗାଦି ର ମହନ୍ତ ତ୍ରିଲୋଚନ ରଣାଙ୍କ ସମେତ କୃତିବାସ ତରାଇ, ବଙ୍ଗାଳୀ ତରାଇ ଓ ନଗେନ୍ଦ୍ର ତରାଇ , ମାନ ପାଟଣା ଭାଗବତ ଗାଦି ମହନ୍ତ ପ୍ରଫୁଲ୍ଲ ଦାସ, କଦଳୀ ପାଟଣା ଭାଗବତ ଗାଦି ମହନ୍ତ ମହେଶ୍ୱର ନାୟକ ଓ ନିର୍ମଳ ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କୋମଳ ବୟସରେ ଆଧ୍ୟାତ୍ମିକ ଚିନ୍ତାଧାରା କୁ ଆପଣେଇ ପ୍ରତ୍ୟହ ଭାଗବତ ଓ ଗୀତା ପାଠ କରୁଥିବା ଗୁଣୁପୁର ପାଟଣା ର ବାର ବର୍ଷୀୟ ସଂସ୍କାରି ଛାତ୍ର ଦୂର୍ଗା ପ୍ରସାଦ ପାତ୍ରଙ୍କୁ ସ୍ଵତନ୍ତ୍ର ଶୁଭେଚ୍ଛା ସମ୍ମାନ ପ୍ରଦାନ କରାଯାଇ ଥିବା ବେଳେ ମୟୂରଭଞ୍ଜ ବାଙ୍ଗିରି ପୋଷିର ଦୃଷ୍ଠିହୀନ ଭାଗବତ ପ୍ରଚାରକ ଜୟରାମ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ଭାଗବତ ଟୁଙ୍ଗୀ କୁ ବଞ୍ଚାଇ ରଖି ଆଧ୍ୟାତ୍ମିକ ଜ୍ଞାନ ଜରିଆରେ ପଥଭ୍ରଷ୍ଟ ଯୁବ ପିଢ଼ିକୁ ସଂସ୍କାର ପଥକୁ ଆଣିବା ନିମନ୍ତେ ଓ ନବାଗତ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି କରିବା ନିମନ୍ତେ ଗାଁ ଗାଁ ବୁଲି ପ୍ରଚାର କରାଯାଇଥିଲା । ଆଜିର ଏହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ସମେତ ଟ୍ରଷ୍ଟ ର ସମ୍ପାଦକ ରାଜେଶ କୁମାର ବାରିକ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ ତରାଇ, ଅତିରିକ୍ତ ସଭାପତି ସଂଗ୍ରାମ ଦାସ, ସାଧାରଣ ସମ୍ପାଦକ ସତ୍ୟବ୍ରତ ପ୍ରଧାନ, ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ପରିଡା, ଦେବେନ୍ଦ୍ର ନାୟକ, ମଦନ କୁମାର ଦାସ, ଆଲୋକ କୁମାର ଦାସ ଓ ବିଭୁତି ପ୍ରଧାନ ରହି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ l
Sign in
Sign in
Recover your password.
A password will be e-mailed to you.