ଗୋପପୁରରେ ମାୟାବି ରାକ୍ଷସ  ତୃଣା,ଷଣ୍ଢା,ଶକଟା,ବକା,ଧିନୁକାର କୃଷ୍ଣଙ୍କ ହସ୍ତରେ ମୃତ୍ୟୁ 

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଏଖଗାର ଦିନଧରି ଗୋପପୁରରେ ପରିଣତ ହୋଇଥିବା ଖୁଣ୍ଟପାଲି ଗ୍ରାମରେ  ବୋଡାସମ୍ବର       ଧନୁଯାତ୍ରାର ଷଷ୍ଠ ରଜନରେ କୃଷ୍ଣଙ୍କ ଦ୍ବାରା ତୃଣା,ଷଣ୍ଢା,ଶକଟା,ବକା,ଧିନୁକା ପରି ମାୟାବି ରାକ୍ଷସ ନିଧନ ହେବାର ନାଟ୍ଯାଭିନୟ ଦେଖିବାକୁ ମିଳିଥିଲା । କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ନିମନ୍ତେ କଂସାସୁର କାଳିନ୍ଦ୍ରୀ ବିଦ୍ୟାରେ ନିପୁଣ ଥିବା ମାୟାବି ରାକ୍ଷସ ମାନଙ୍କୁ ଗୋପପୁରକୁ ପ୍ରେରଣ କରୁଛନ୍ତି।ହେଲେ ରାମକୃଷ୍ଣ ବେନିଭାଈ ମାୟାବି ରାକ୍ଷସ ମାନଙ୍କ ମାୟା ଜାଳର ଗୋପପୁର ବାସୀ ସହ ନିଜକୁ ମଧ୍ୟରୁ ରକ୍ଷାକରୁନ୍ତି।ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିନରେ ଗୋପପୁରରେ ଦିନକୁ ଦିନ ଦର୍ଶକ ମାନଙ୍କ ଭିଡ ବଢିବାରେ ଲାଗିଛି।ଭଗବାନ ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା ଦେଖିବାପାଇଁ  ଦୂରଦୂରାନ୍ତରରୁ ଲୋକେ ଆସୁଛନ୍ତି।ଆଜିର ଏହି ନାଟ୍ଯାଭିନୟରେ ନନ୍ଦରାଜା ଭୂମିକାରେ ତେଜରାଜ ନାୟକ, କୃଷ୍ଣ ଭୂମିକାରେ ବୁଲୁ ନାୟକ,ବଳରାମ ଭୂମିକାରେ ବିବେକ ମାଝି,ବକାସୁର ଭୂମିକାରେ ରାମପ୍ରସାଦ ବରିହା,ଶଷ୍ଢାସୁର ଭୂମିକାରେ ଆନନ୍ଦ ପଟେଲ ରୋମାଞ୍ଚକର ଅଭିନୟ  କରିଥିବା ବେଳେ ନାଟ୍ଯାଭିନୟ ସଂଙ୍ଗୀତ ପରିବେଷଣରେ ଲିଙ୍ଗରାଜ ଦାସ ଓ ଦିବାକର ଦୀପ କଣ୍ଠ ଦାନ କରିଥିଲେ ଏବଂ ଦୟାମୟ ମଲ୍ଲିକ ତବଲା ବାଦନ କରିଥିଲେ।

 

Leave A Reply

Your email address will not be published.