ବିଜେପୁର : ସମାଜରେ ସୁମଣିଷ ଗଠନ କରିବାରେ ଗୁରୁଙ୍କ ଭୂମିକା ସର୍ବୋପରି। କେବଳ ଉଚ୍ଚ ଶିକ୍ଷାରେ ପହଞ୍ଚାଇବା କିମ୍ବା ବଡ଼ ପଦବୀରେ ବସାଇବା ହିଁ ଶିକ୍ଷକଙ୍କ କାର୍ଯ୍ୟ ନୁହେଁ, ବରଂ ବର୍ତ୍ତମାନ ସମାଜରେ ଶ୍ରେଷ୍ଠ ମଣିଷ ପ୍ରସ୍ତୁତ କରିବା ପାଇଁ ଗୁରୁଙ୍କ ପରାମର୍ଶ ଓ ପାଠଦାନ ଅତ୍ୟାବଶ୍ୟକ। ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ଏହି ମତପ୍ରକାଶ ହୋଇଥିଲା। ସ୍ଥାନୀୟ ଶିକ୍ଷକ ଭବନରେ ହୋଇଥିବା ସମାରୋହକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସଭାର ଅଧ୍ୟକ୍ଷତା ସନ୍ତୋଷ ବାଗ କରିଥିଲେ।ଏଥିରେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ଓ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ପ୍ରଶିକ୍ଷକ ଗୁରୁଙ୍କ ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ସମାରୋହରେ ଅବସରପ୍ରାପ୍ତ ଶିକ୍ଷକ–ଶିକ୍ଷୟିତ୍ରୀ ସୌଦାମିନୀ ମାଝୀ, ଜୟନ୍ତୀ ସାହୁ, ହରିନାରାୟଣ ମେହେର, ମୋହନ ସାହୁ, ଅମୂଲ୍ୟ ପଧାନ, ଜଗବନ୍ଧୁ ମେହେର, ଭାସ୍କର ସାହୁ ଓ ପୁରନ୍ଦର ମହାନନ୍ଦଙ୍କୁ ମାନପତ୍ର, ସ୍ମାରକୀ ଓ ଉପହାର ଦେଇ ସମ୍ମାନିତ କରାଗଲା। ଶିକ୍ଷକ ଅକ୍ଷୟ ସାହୁ ଗୁରୁବନ୍ଦନା ପ୍ରସ୍ତୁତ କରିଥିଲେ। ସଂପାଦକ ସୌମ୍ୟରଞ୍ଜନ ପଧାନ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଶଶିଭୂଷଣ ସାହୁ ଉଦ୍ଦେଶ୍ୟ ଉପସ୍ଥାପନ, ବିଜୟ ରଞ୍ଜନ ଦାଶ ଅତିଥି ପରିଚୟ ଓ ପଦ୍ମନାଭ ଦାଶ ସଙ୍ଗୀତରେ ଗୁରୁଙ୍କୁ ସ୍ମରଣ କରିଥିଲେ। ରାମପ୍ରସାଦ ବାଗ କବିତା ମାଧ୍ୟମରେ ଗୁରୁଙ୍କୁ ଭକ୍ତିଭାବେ ଅର୍ପଣ କରିଥିଲେ। ସଭାର ସଂଚାଳନା ଅମୀୟ ପ୍ରସାଦ ଭୋଇ କରିଥିଲେ ଓ ଧନ୍ୟବାଦ ଜଣାଇଥିଲେ ରାଜେଶ୍ୱର ବେହେରା।
Sign in
Sign in
Recover your password.
A password will be e-mailed to you.
Prev Post