ସାଇବର ଠକ ପ୍ରଧାନ ଶିକ୍ଷକଙ୍କ ଠାରୁ ଲୁଟିନେଲେ ୩ ଲକ୍ଷ ୭୪ ହଜାର ଟଙ୍କା।

3

କେନ୍ଦୁଝର,ତା ୫/୯- ଯେତେ ସଚେତନ ହେଲେ ମଧ୍ୟ ସଇବାର ଠକ ଲୁଟିବା ବନ୍ଦ କରୁନାହାନ୍ତି। ବ୍ୟବସ୍ଥା ଡାଳେ ଡାଳେ ଗଲା ବେଳେ ଏମାନେ ପତ୍ରେ ପତ୍ରେ କାରବାର କରୁଛନ୍ତି। ସୂଚନା ମିଳିଛି କି ପାଟଣା ସରକାରୀ ସ୍କୁଲ ପ୍ରଧାନ ଶିକ୍ଷକ କମଳାକାନ୍ତ ପତିଙ୍କ ପାଖକୁ ଏକ ଅଜଣା ନଂରୁ ୨୪୭ ଟଙ୍କା ଡିପୋଜିଟ ଲାଗି ମେସେଜ ଆସିଥିଲା ଏହାକୁ ସେ ସ୍ୱୀକାର କରି ଟଙ୍କା ଦେବା ପରେ ପୁଣି ତାଙ୍କ ଏଟିଏମ କାର୍ଡ ନଂ ଓ ଆଧାର କାର୍ଡ ନଂ ଚତୁରତା ସହ ସେମାନେ ମାଗିନେଲେ। ତେବେ ଏହାପରେ ପତି ସାରଙ୍କ ମୋବାଇଲକୁ ତିନିଟି ମେସେଜ ଆସିଥିଲା ପ୍ରଥମଟିରେ ଲକ୍ଷେ ୩୩ ହଜାର ଟଙ୍କା, ଦ୍ୱିତୀୟଟିରେ ଲକ୍ଷେ ୪୩ ହଜାର ଟଙ୍କା ଓ ଶେଷ । ମେସେଜରେ ୯୮ହଜାର ଟଙ୍କା ଏହି ପରି ମୋଟ ୩ଲକ୍ଷ ୩ ହଜାର ଟଙ୍କା ଉଠାଣ ହୋଇଥିବା ସୂଚନା ଥିଲା। ଏହାକୁ ସାଇବର ଠକ ଉଠାଇ ନେଇଥିବା ସ୍ପଷ୍ଟ ହୋଇଥିଲା।ତେଣୁ ପ୍ରଧାନ ଶିକ୍ଷକ ତୁରନ୍ତ ପାଟଣା ଥାନାରେ ଏତଲା ଯାଇ ଦେଇଥିଲେ। ଥାନା ଅଧିକାରୀ ମାନସ କୁମାର ମହାକୁଳ ଠକ ତୁରନ୍ତ ଗିରଫ ହେବ ବୋଲି କହିଛନ୍ତି।

Leave A Reply

Your email address will not be published.