କେନ୍ଦୁଝର,ତା୫/୯- କେନ୍ଦୁଝର ସାରା ବର୍ଷା ଏବେ ଚାଲିଛି ତେଣୁ ଲଗାଣ ବର୍ଷା ଲାଗି ସାପ ସରୀସୃପ ମାନେ ଏଣେତେଣେ ବୁଲି ଘରେ ଆଶ୍ରୟ ଲାଗି ପଶିଆସୁଛନ୍ତି। ତେବେ କୁଡୁମୀ ଲୋକଙ୍କ କରମା ନାଚ ଦେଖି ପିଉସା ଝିଆରୀ ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଏହି ଘଟଣା ଘଟଗାଁ ଥାନା ଅନ୍ତର୍ଗତ ଦୁବୁଲାବେଡ଼ା ଗ୍ରାମରେ ଘଟିଛି। ସୂଚନା ମିଳିଛି କି ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଂଚାୟତର ମଲ୍ଲିପଶି ଗ୍ରାମର ଦକ୍ଷିଣପଶି ସାହିର ପ୍ରଶାନ୍ତ ମହାନ୍ତଙ୍କ ଝିଅ ପ୍ରିୟଦର୍ଶିନୀ(୪)କରମା ନାଚ ଦେଖିବାକୁ ପିଉସା ଅଭୟ ମହାନ୍ତଙ୍କ ଦୁବୁଲାବେଡା ଘରକୁ ଯାଇଥିଲା। ତେବେ ରାତିରେ ସାପ କାମୁଡ଼ିବା ପରେ ପିଉସା ଝିଆରୀଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଖାନାକୁ ନିଆଯାଇଥଲା ସେଠାରେ ଡାକ୍ତର ପ୍ରିୟଦର୍ଶିନୀକୁ ମୃତ ଘୋଷଣା କରିଥିଲେ। ତେବେ ପିଉସା ଅଭୟ ମହାନ୍ତ ସେଠାରୁ ଗୁରୁତର ଭାବେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ଲାଗି ଉଭୟ ଅଂଚଳରେ ଦୁଃଖର ଛାୟା ଖେଳି ଯାଇଛି।