କେନ୍ଦୁଝର,ତା୫/୯- କେନ୍ଦୁଝର ପୁରୁଣାସହର ଜୁମ୍ମା ମସଜିଦରେ ଇସଲାମ ଧର୍ମାବଲମ୍ବୀ ମୁସଲମାନ ଭାଇ ଭଉଣୀ ମାନଙ୍କ ଦ୍ୱାରା ଇଦ ଏ ମିଲାଦୁନ ନବୀ ଉଲ୍ଲାସ ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ଜୁମ୍ମା ମସଜିଦ ଇମାମଙ୍କ ଦ୍ୱାରା ହଜରତ ମହମ୍ମଦଙ୍କ ଜନ୍ମ ବୃତ୍ତାନ୍ତ କର୍ମ ଜୀବନୀ ଓ ମାନବୀୟ କାର୍ଯ୍ୟର ବ୍ୟାଖ୍ୟା କରାଯାଇ ସମୂହ ନମାଜ ପାଠ କରାଯାଇଥିଲା।ଏହାପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ, ଗରିବଙ୍କୁ ଲଙ୍ଗର ଖାନାରେ ଆପ୍ୟାୟିତ କରାଯାଇ ମକ୍କା ମଦିନାର ପ୍ରତିକୃତି ସହିତ ସହର ପରିକ୍ରମା କରାଯାଇଥିଲା।
ଶହ ଶହ ଆବାଳ ବୃଦ୍ଧ ବନିତା କଲମା ପାଠ ସହିତ ଜୁମ୍ମା ମସଜିଦରୁ ବାହାରି ପୁରୁଣା ସହର, ହସ୍ପିଟାଲ ରୋଡ଼, ଟେଲିଫୋନ ଛକ, କଚେରୀ ଛକ, ଗାନ୍ଧୀ ଛକ,ଜେଲ ରୋଡ଼, ଢାଙ୍ଗଡ଼ପଡା ଛକ, ବୈଦ୍ୟରାଜ ସାହି ଦେଇ ପୁନଶ୍ଚ ଜୁମ୍ମା ମସଜିଦରେ ସମାପନ ଉତ୍ସବ କରିଥିଲେ।ଏ ଅବସରରେ ପୌର ଉପନଗରପାଳ, ୱାର୍ଡ କାଉନସିଲର ବୃନ୍ଦ ଉପସ୍ଥିତ ରହି ଶୁଭେଚ୍ଛା ଜ୍ଞାପନ କରିଥିଲେ। ପ୍ରତିକୃତିର ଗନ୍ତବ୍ୟ ସ୍ଥଳ ମାନଙ୍କରେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ଶୋଭାଯାତ୍ରାକାରୀଙ୍କୁ ଥଣ୍ଡା ସର୍ବତ, ପାନୀୟ ଜଳ, ମିଷ୍ଟାନ୍ନରେ ଆପ୍ୟାୟିତ କରାଯାଇଥିଲା। ଟାଉନ ପୋଲିସ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ସମ୍ପନ୍ନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post