ଭୁବନେଶ୍ୱର: ଜାକପେ ଏବଂ ସିଆରଯୁଟିର ନୂତନ ଉଦ୍ୟମ ଫଳରେ ଓଡ଼ିଶାରେ ବସ୍ ଟିକେଟ୍ ଏବେ ହ୍ୱାଟ୍ସଆପରେ କ୍ରୟ କରାଯାଇପାରିବ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏବଂ ଓଏନଡିସି ନେଟୱାର୍କ ସହିତ ଜାକପେର ଏକ ଉଲ୍ଲେଖନୀୟ ସହଯୋଗିତା ହେତୁ ଓଡ଼ିଶାର ଲକ୍ଷାଧିକ ଯାତ୍ରୀ ଏବେ ହ୍ୱାଟ୍ସଆପ୍ ମାଧ୍ୟମରେ ସହଜରେ ବସ୍ ଟିକେଟ୍ୱୁକ୍ କରିପାରିବେ । ଏହି ଚାଟ ଆଧାରିତ ସେବା ରାଜ୍ୟର ୨୪ ନିୟୁତ ଯାତ୍ରୀ ଏବଂ ପ୍ରାୟ ୩୬ ନିୟୁତ ବସ୍ ଯାତ୍ରାକୁ ଡିଜିଟାଇଜ୍ କରିବାର ଲକ୍ଷ୍ୟ ରଖିଛି ।
ଏହି ସେବା ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ, କୋଣାର୍କ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁର ଆଦି ନଅଟି ମୁଖ୍ୟ ସହରରେ ଚାଲୁ ହୋଇଛି । ୯୦୭୮୦୫୦୨୧୮ ନମ୍ବରକୁ ହ୍ୱାଟ୍ସଆପରେ “ହାଇ” ମେସେଜ୍ କରି ଯାତ୍ରୀମାନେ ଟିକେଟ୍ୱୁକ୍ କରିପାରିବେ, ଯାହାକି ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ।
ଏହି ପରିପ୍ରେକ୍ଷୀରେ ଜାକପେର ଉପ-ସଭାପତି ଏବଂ ବ୍ୟବସାୟ ମୁଖ୍ୟ ଶ୍ରୀ ଅଭିଷେକ ମୁଖାର୍ଜୀ କହିଛନ୍ତି ଯେ, “କ୍ରୁଟ ସହିତ ଆମର ଭାଗୀଦାରୀ ସର୍ବସାଧାରଣଙ୍କ ପାଇଁ ଯାତାୟାତକୁ ସହଜ ଏବଂ ଅଧିକ ପ୍ରବେଶଯୋଗ୍ୟ କରିବାର ଦିଗରେ ଏକ ପଦକ୍ଷେପ । ହ୍ୱାଟ୍ସଆପ୍ ମାଧ୍ୟମରେ ଆମେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ଦେୟ ଅନୁଭବ ସୃଷ୍ଟି କରୁଛୁ ଯାହା ଲକ୍ଷାଧିକ ଭାରତୀୟଙ୍କୁ ନଗଦ ବିହୀନ ଯାତାୟାତ ଦିଗକୁ ଅଗ୍ରସର କରିବ ।”
କ୍ରୁଟର ପରିଚାଳନା ନିଦେ୍ର୍ଧଶକ, ଶ୍ରୀ ଏନ୍ ତିରୁମଲା ନାୟକ (ଆଇଏଏସ) କହିଛନ୍ତି ଯେ, “ କ୍ରୂଟରେ, ଆମର ଲକ୍ଷ୍ୟ ହେଉଛି ସହରୀ ଯାତାୟାତକୁ ଅଧିକ ସ୍ମାର୍ଟ, ଅନ୍ତର୍ଭୁକ୍ତକରଣ ଏବଂ ଯାତ୍ରୀ ଅନୁକୂଳ କରିବା । ହ୍ୱାଟ୍ସଆପ୍-ଆଧାରିତ ଟିକେଟିଂ ସମାଧାନ ଆମ ନାଗରିକଙ୍କ ପାଇଁ ଡିଜିଟାଲ୍ ସଶକ୍ତିକରଣ ଏବଂ ସୁବିଧା ଦିଗରେ ଆଉ ଏକ ପଦକ୍ଷେପ । ପ୍ରଯୁକ୍ତି ସହିତ ଯାତାୟାତକୁ ସଂଯୋଗ କରି ଆମେ କେବଳ ଯାତ୍ରା ଅନୁଭବକୁ ସରଳ କରୁନାହୁଁ, ବରଂ ଅଧିକ ଲୋକଙ୍କୁ ସ୍ଥାୟୀ ଯାତାୟାତ ବିକଳ୍ପ ଗ୍ରହଣ କରିବାକୁ ଉତ୍ସାହିତ କରୁଛୁ ।”
ଓଏନଡିସିର କାର୍ଯ୍ୟକାରୀ ସିଇଓ ଏବଂ ସିଓଓ, ଶ୍ରୀ ବିଭୋର ଜୈନ କହିଛନ୍ତି ଯେ, “ଓଏନଡିସି ନେଟୱାର୍କର ଓପନ୍ ରେଲ୍ସ ଓଡ଼ିଶାରେ ସର୍ବସାଧାରଣ ଯାତାୟାତ ଭଣ୍ଡାରକୁ ଉଜାଗର କରୁଛି । ଏହାକୁ ସମସ୍ତଙ୍କ ପାଇଁ ଡିଜିଟାଲ୍ ଭାବରେ ପହଞ୍ଚାଉଛି । କ୍ରୂଟର ବସ୍ ଟିକେଟିଂନେଟୱାର୍କ ସହିତ ସଂଯୋଗ ହୋଇଥିବାରୁ ଯାତ୍ରୀମାନେ ପେଲୋକାଲ୍ଦ୍ୱାରା ବିକଶିତ ଏବଂ ଜାକପେଦ୍ୱାରା ସୁରକ୍ଷିତ ଦେୟ ସହିତ ଏକ ସରଳୀକୃତହ୍ୱାଟ୍ସଆପ୍ ଇଣ୍ଟରଫେସ୍ ମାଧ୍ୟମରେ ସେମାନଙ୍କର ଯାତ୍ରା ନିରବଚ୍ଛିନ୍ନ ଭାବରେ ଖୋଜିପାରିବେ ଏବଂ ବୁକ୍ କରିପାରିବେ ।”
ଜାକପେ ଏକ ଆରବିଆଇ ଲାଇସେନ୍ସପ୍ରାପ୍ତ ପେମେଂଟ ଏଗ୍ରିଗେଟର ଭାବରେ କାର୍ଯ୍ୟ କରୁଛି ଏବଂ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେଶନ, ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେଶନ ଏବଂ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଭଳି ପ୍ରମୁଖ ଯାତାୟାତ ସଂସ୍ଥାଗୁଡ଼ିକର ଡିଜିଟାଲ୍ ଦେୟ ସକ୍ରିୟ କରିଛି ।
Sign in
Sign in
Recover your password.
A password will be e-mailed to you.