ଭୁବନେଶ୍ୱର, ୦୪.୦୯.୨୫ – ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବିଲେଇମୁଣ୍ଡା ଗ୍ରାମରେ ଏହାର ପ୍ରମୁଖ ଭେଦକ୍ଷତା ତାଲିମ କେନ୍ଦ୍ର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଉଛି। ଆଜି ପର୍ଯ୍ୟନ୍ତ, ଏହି କାର୍ଯ୍ୟକ୍ରମ ଅଧୀନରେ ତାଲିମପ୍ରାପ୍ତ ୮୭ ଜଣ ଯୁବପିଢ଼ି ଭାରତର ବିଭିନ୍ନ ପ୍ରତିଷ୍ଠିତ ସଂଗଠନରେ ନିଯୁକ୍ତି ପାଇଛନ୍ତି, ଯାହା ସ୍ଥାନୀୟ ଯୁବକମାନଙ୍କୁ ଶିଳ୍ପ ଜନିତ ଦକ୍ଷତା ସହିତ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ବେଦାନ୍ତର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।
ଡିସେମ୍ବର ୨୦୨୪ରେ ଆରମ୍ଭ ହୋଇଥିବା ଭେଦକ୍ଷତା ଅଭିଯାନ ସ୍କୁଲନେଟ୍ ଇଣ୍ଡିଆ ଲିମିଟେଡ୍, ଜାତୀୟ ଦକ୍ଷତା ବିକାଶ ନିଗମ (NSDC) ଏବଂ ଲର୍ଣ୍ଣନେଟ୍ ସ୍କିଲ୍ସ ଲିମିଟେଡର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହୋଇଛି। ଏହି କେନ୍ଦ୍ର ୩ଟି ବୃତ୍ତି ନିମନ୍ତେ ମାଗଣା ତାଲିମ ପ୍ରଦାନ କରେ। ଯଥା, ସିଲାଇ ମେସିନ୍ ପରିଚାଳନା, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ଖାଦ୍ୟ ଏବଂ ପାନୀୟ ସେବା। ଆଗାମୀ ୩ ବର୍ଷ ମଧ୍ୟରେ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଘୋଘରପାଲି, ଜାମଖାନି ଏବଂ କୁରାଲୋଇରେ ଏହାର କୋଇଲା ଖଣି ପ୍ରକଳ୍ପ ପାଖରେ ଥିବା ସମ୍ପ୍ରଦାୟର ୭୦୦ରୁ ଅଧିକ ଗ୍ରାମୀଣ ଯୁବପିଢ଼ିଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖିଛି। ଏପର୍ଯ୍ୟନ୍ତ, ୩୬ଜଣ ସହାୟକ ବିଦ୍ୟୁତ କର୍ମଚାରୀ, ୩୧ଜଣ ସିଲେଇ ମେସିନ୍ ଅପରେଟର ଏବଂ ୨୦ଜଣ ଖାଦ୍ୟ ଏବଂ ପାନୀୟ ସେବା ପରିଚାଳକଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ନିଯୁକ୍ତି ଦିଆଯାଇଛି। ଗ୍ରାମୀଣ ଯୁବକମାନଙ୍କୁ ଏକ ସ୍ଥାୟୀ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି।
ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଯୁବପିଢିଙ୍କ ବ୍ୟବସାୟିକ କୌଶଳ ବିକାଶ ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଆମ ସମ୍ପ୍ରଦାୟର ସମ୍ଭାବନାକୁ ଉନ୍ମୋଚନ କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ଆଗେଇ ନେବାର ପ୍ରମୁଖ କାରଣ। ଭେଦକ୍ଷତା ମାଧ୍ୟମରେ, ଆମେ ଗ୍ରାମୀଣ ଓଡ଼ିଶାର ଯୁବକମାନଙ୍କୁ ବ୍ୟବହାରିକ ଦକ୍ଷତା ସହିତ ସଜ୍ଜିତ କରୁଛୁ ଏବଂ ସେମାନଙ୍କୁ ଅର୍ଥପୂର୍ଣ୍ଣ ନିଯୁକ୍ତି ସୁଯୋଗ ସହିତ ସଂଯୋଗ କରୁଛୁ।”
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରୀୟ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରେ। ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପଗୁଡ଼ିକ ଦୃଶ୍ଯ ସାମାଜିକ ଓ ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।
Sign in
Sign in
Recover your password.
A password will be e-mailed to you.