ଓଡଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଓ ଏନଏସି ସ୍ତରୀୟ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଓଡ଼ଗାଁ ହ୍ବାଇଟ୍ ହାଉସ୍ କଲ୍ୟାଣୀ ମଣ୍ଡପ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ କେନ୍ଦ୍ରୀୟ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ବରିଷ୍ଠ କଂଗ୍ରେସ ନେତା ମହେଶ ଶର୍ମାଙ୍କ ଉପସ୍ଥିତିରେ ସାଙ୍ଗଠନିକ ଆଲୋଚନା ହୋଇଥିଲା । ରାଜ୍ୟ ତଥା ଜିଲାରେ କଂଗ୍ରସକୁ କ୍ଷମତାକୁ ଫେରାଇବା ପାଇଁ ତୃଣ ମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଆବଶ୍ୟକ ପଡିଲେ ରାଜ୍ୟ ସ୍ତରୀୟ ନେତୃତ୍ବ ଜିଲ୍ଲାରେ ଏବଂ ଜିଲ୍ଲା ସ୍ତରୀୟ ନେତୃତ୍ବ ବ୍ଳକ କିମ୍ବା ଏନ୍ଏସି ଦାୟିତ୍ଵରେ ରହି ଦୃଢ଼ ସାମାଜିକ ସ୍ଥିତି, ଆର୍ଥିକ ସ୍ବଚ୍ଛଳତା ଏବଂ ଦଳ ପ୍ରତି ଗଭୀର ଆନୁଗତ୍ୟ ରଖିଥିବା ଯୁବ, ମହିଳା ତଥା ଛାତ୍ର ମୋର୍ଚ୍ଚାକୁ ନେତୃତ୍ୱ ଦେଇଥିବା ନେତୃତ୍ୱଙ୍କୁ ଦଳର ଦାୟିତ୍ଵ ନ୍ୟସ୍ତ କରାଯିବ। ଏଥିପାଇଁ ସେ ବରିଷ୍ଠ ଓକିଲ, ବୁଦ୍ଧିଜୀବୀ, ବ୍ୟବସାୟୀ ସଂଗଠନ ଏପରିକି ଶ୍ରମିକ ସଂଗଠନ ଠାରୁ ମତାମତ ଗ୍ରହଣ କରୁଥିବା ଅବସରରେ ପୃଥକ ଭାବେ ସ୍ଥାନୀୟ ଖବରଦାତାଙ୍କ ଠାରୁ ମତାମତ ଗ୍ରହଣ କରିବା ଅବସରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମୁଁ ଟିମ ୱାର୍କ (ଲିଡର) ଚୟନ ପାଇଁ ହୋମ ୱାର୍କ କରିବାକୁ ଆସିଛି ବୋଲି କହିଥିଲେ । ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ କଂଗ୍ରସ ସଭାପତି ପୂର୍ଣଚନ୍ଦ୍ର ନାୟକ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ପ୍ରାକ୍ତନ ଏମପି ଅମର ପ୍ରଧାନ, ପ୍ରାକ୍ତନ ଜିଲ୍ଲା ସଭାପତି ରଣଜିତ ଦାଶ, ରଣପୁର ବିଧାନ ସଭା ପ୍ରାର୍ଥୀ ବିଭୁପ୍ରସାଦ ମିଶ୍ର, କଂଗ୍ରେସ ନେତା ହୁସେନ ଖାଁ, ମନୋଜ କୁମାର ସାହୁ, କମଳ ଲୋଚନ ସାହୁ, ପିସିସି ସମ୍ପାଦକ ଦେବାଶିଷ ମହାପାତ୍ର ଉପସ୍ଥିତ ରହିବା ସହିତ ଦଳକୁ ସୁଦୃଢ କରିବାକୁ ଉପସ୍ଥିତ କର୍ମୀଙ୍କୁ ଉତ୍ସାହ ପ୍ରଦାନ ପୂର୍ବକ ଅଭିଭାଷଣ ଦେଇଥିଲେ । ଏତଦବ୍ୟତୀତ ସ୍ଥାନୀୟ ବରିଷ୍ଠ ନେତା ନିରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ପାଇକରାୟ, ବସନ୍ତ କର, ଭଗବାନ ଆଚାର୍ଯ୍ୟ, ବିଭୁତି ରାଉତ, ମଦନ ବିଷୋୟୀ, ଯୋଗେନ୍ଦ୍ର ଗୌଡ଼ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ସୁନ୍ଦର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.