ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳରୁ ପ୍ରତି ପଞ୍ଚାୟତକୁ ଚାରା ଯୋଗାଣ କାର୍ଯ୍ୟକ୍ରମର ଗୁରୁବାର ଶୁଭାରମ୍ଭ ହୋଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକଙ୍କ ତତ୍ବାବଧାନରେ ବନପାଳ ସରିତା ବରାଳ, ବନରଖି ସୈାମ୍ୟ ରଞ୍ଜନ ଦଳେଇ, ଉଦ୍ଧବ ପ୍ରଧାନ, ଦିପ୍ତିମୟୀ ରାଉତ, ଅଲିଭା ବରାଳ ଏବଂ ସ୍କ୍ବାର୍ଡ ଦଳ ମିଳିତ ଭାବେ ପତାକା ଦେଖାଇ ଅଭିଯାନର ଶୁଭାରମ୍ଭ କରିଥିଲେ । ପରେ ଗୋଟିଏ ଟ୍ରକ ଯୋଗ ଚାରା ନେଇ ପ୍ରତି ପଞ୍ଚାୟତକୁ ୫ ଶହ ଲେଖାଏଁ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶରଧାପୁର, ଭାଡିକିଳା ଓ ମଗରବନ୍ଧ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଗୁରୁବାର ଅପରାହ୍ନରେ ଚାରା ହସ୍ତାନ୍ତର କରାଯାଇଥିଲା । ଏପରି ଭାବେ ଓଡ଼ଗାଁ ବନାଞ୍ଚଳରୁ ଓଡ଼ଗାଁ ସେକସନର ୧୩ ଏବଂ ବାହାଡ଼ାଝୋଲା ସେକ୍ସନର ୭ ପଞ୍ଚାୟତକୁ ମୋଟ ୧୦ ହଜାର ଚାରା ବଣ୍ଟନ ପାଇଁ ସ୍ଥିର ହୋଇଛି ।ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶାଙ୍କ ଦ୍ବାରା ଏକ ପେଡ୍ ମା’ କେ ନାମ ଅଭିଯାନ ମାଧ୍ୟମରେ ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା’ର ସୁରକ୍ଷା ଓ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଆଗାମୀ ୧୭ ତାରିଖରେ ରାଜ୍ୟବ୍ୟାପି ୭୫ ଲକ୍ଷ୍ୟ ସାମୁହିକ ଚାରା ରୋପଣ କରାଯିବ।
Sign in
Sign in
Recover your password.
A password will be e-mailed to you.
Prev Post
ସାଙ୍ଗଠନିକ ବୈଠକ, ସାମାଜିକ ସ୍ଥିତି ଆର୍ଥିକ ସ୍ବଚ୍ଛଳତା ଓ ଦଳ ପ୍ରତି ଆନୁଗତ୍ୟହିଁ ନେତୃତ୍ୱର ମାପକାଠି ହେବ
Next Post