ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରେ ଗୁରବାର ସୁନିଆ ପର୍ବ ସହିତ ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି । ରାମ ଲକ୍ଷ୍ମଣ ଓ ସୀତା ତିନି ଠାକୁରଙ୍କୁ ସୁନାବେଶ କରାଯାଇ ୩ ଗୋଟି ସୁନା ଥାଳିରେ ୩ ବାଡ କାକରା ଲାଗିକରି ପୂଜା ନୈବେଦ୍ୟ ଅର୍ପଣ କରାଯାଇଛି । ଆଜି ଠାରୁ ପବିତ୍ର ଉତ୍କଳୀୟ ନବବର୍ଷ ୧୪୩୩ ସାଲ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ରାଜତ୍ଵର ଆଜି ହେଉଛି ୬୯ ଅଙ୍କର ପ୍ରଥମ ଦିବସ । ଏହି ଉପଲକ୍ଷେ ପ୍ରଭୁଙ୍କ ସମ୍ମାନାର୍ଥେ ପ୍ରଜା ମାନେ ୧୪ ହଜାର ୧୭୦ ଟଙ୍କା ଭେଟି ପ୍ରଦାନ କରିଥିଲେ । ଶ୍ରୀ ରଘୁନାଥ ଜିଉଙ୍କ ସୁନିଆ ପର୍ବ ସହିତ ବାମନ ଜନ୍ମ ପାଳନକୁ ଦର୍ଶନ ପାଇଁ ଶହଶ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସକାଳର ସମସ୍ତ ନୀତି ସରିବା ପରେ ମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରୀକୃତ ସମୟ ମଧ୍ୟାହ୍ନ ୧୨ରେ ସୁନିଆ ନୀତି ଆରମ୍ଭ ହୋଇଥିଲା । ଆଜ୍ଞାମାଳ ପାଇ ବନାରସୀ ପାଟପତନୀରେ ସଜ୍ଜିତ ହୋଇ ରୁପା ଖଟୁଳିରେ ଶ୍ରୀ ଜୀଉଙ୍କ ବିଜେ ପ୍ରତିମାକୁ ଜୟବିଜୟ ଦ୍ଵାରକୁ ବିଜେ କରାଯାଇଥିଲା । ଏବଂ ସେଠାରେ ବିଧିବିଧାନ ପୂର୍ବକ ଷୋଡ଼ଶ ଉପଚାରରେ ପୂଜାବିଧି ସମ୍ପର୍ନ୍ନ କରାଯାଇଥିଲା । ଘଣ୍ଟା, ଘଣ୍ଟ, କାହାଳୀ, ବାଦ୍ୟ ଧ୍ବନିରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆଜିର ପାଳିଆ ପଣ୍ଡା ନାରାୟଣ ମହାପାତ୍ର, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର, ସୁଆର ସେବକ ସଭାପତି ସୁବ୍ରତ ପଣ୍ଡାଙ୍କ ସହଯୋଗରେ ସମସ୍ତ ସଭ୍ୟ କର୍ମକର୍ତ୍ତା ପୂଜା ନୀତି ସମ୍ପନ୍ନରେ ସହଯୋଗ କରିଥିବା ବେଳେ କୋଠସୁଆର ମୁନା ସାହୁ ଏବଂ ରଘୁନାଥ ପଣ୍ଡାଙ୍କ ଦ୍ଵାରା ୩ ବାଡ଼ କାକରା ଲାଗି କରିଥିଲେ ।
ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ସୁବାସ ଚନ୍ଦ୍ର ବରାଡ ସୁପର ଭାଇଜର ଶରଣକୁଳ ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ସମସ୍ତ ନୀତି କାନ୍ତି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.