ଜଗତସିଂହପୁର,ତା-୦୪.୦୯.୨୦୨୫/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଅନୁକୁଲ୍ୟ ରେ ତା ୦୨.୦୯. ୨୦୨୫ ରିଖ ରୁ ତା ୦୪.୦୯.୨୦୨୫ ରିଖ ପର୍ଯ୍ୟନ୍ତ ୩ ଦିନ ଧରି ବୈଜ୍ଞାନିକ ପଦ୍ଧତିରେ ଗୋ ପାଳନ ବିଷୟରେ ଏକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହ ମିଳିତ ଭାବେ ଏହି ତାଲିମଟି କୃଷି ବିଜ୍ଞାନ କେନ୍ଦ୍ର ରେ ଅନୁଷ୍ଠିତ ହୋଇଛି।ଏହି ତାଲିମରେ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ୨୦ ଜଣ ଗୋପାଳକ ଭାଗ ନେଇଥିଲେ I ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପ୍ରାଣୀ ବିଜ୍ଞାନୀ ଡ. ତପନ ପଲାଇ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିକାରୀ ଡ. ଯଦୁନାଥ ପରିଡା,ଡ. ଶଶାଙ୍କ ନାୟକ (ସହକାରୀ ପ୍ରାଣୀ ଚିକିତ୍ସକ),ଡ. ଦୁର୍ଗା ପ୍ରସାଦ ମିଶ୍ର ବିଜ୍ଞାନ ସନ୍ମତ ଗୋ ପାଳନ ବିଷୟରେ ଗୋପାଳକ ମାନକୁ ଜ୍ଞାନ ପ୍ରଦାନ କରା ଯାଇଥିଲେ। କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଗୋପାଳକ ମାନେ ତୁଳଙ୍ଗ ଗ୍ରାମର ସ୍ଥିତ ଶ୍ୱେତା ଗାଈ ଫାର୍ମ ପରିଦର୍ଶନ ରେ ଯାଇ ନିଜର ବ୍ୟବହାରିକ ଜ୍ଞାନ ବଢ଼ାଇଥିଲେ। ଗୋପାଳନର ବିଭିନ୍ନ ବିଷୟ ଯଥା- ଗାଈ ଫାର୍ମର ଦୈନିକ ଚର୍ଚ୍ଚା, ଗୋପାଳନରେ ବିଜ୍ଞାନ ସମ୍ମତ ଗୁହାଳ ପରିଚାଳନା, ଖାଦ୍ୟ ବ୍ୟବସ୍ଥା, ରୋଗ ପରିଚାଳନା, ଦୁଗ୍ଧ ବିକ୍ରିବଟା, ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନ ଆଦି ବିଷୟରେ ଭାଗ ନେଇଥିବା ଚାଷୀ ମାନେ ଅବ ଗତ ହୋଇଥିଲେ।
ଏହି କାଯ୍ୟକ୍ରମର ଶେଷଦିନରେ ଗୋପାଳକ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଡ଼. ପ୍ରଦୀପ୍ତ ମାଝୀ ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ,ସରିତା ଦାସ ସହଯୋଗ କରିଥିଲେ। ପରିଶେଷରେ ଜିଲ୍ଲାର ଅଗ୍ରଣୀ ଗୋ-ପାଲକ ମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post