ମଥୁରାରେ କଂସ ମହାରାଜାଙ୍କ ବିଷାଦ

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ପଞ୍ଚମ ଦିନରେ ଅବତୀର୍ଣ୍ଣ ହୋଇଛି। ଗୋଟି ଗୋଟିକରି କଂସଙ୍କ ସମସ୍ତ କୁଟଚକ୍ରାନ୍ତ ବିଫଳ ହେବାପରେ  ମର୍ମାହତ ହୋଇ ପଡିଥିଲେ। ବିଜୁଳି କନ୍ୟାର ଦୈବବାଣୀ ଇତଃସ୍ତତ  କରିଦେଇଛି ଭୋଜବଂଶର ମଉଣମଣୀ ମହାରାଜ କଂସଙ୍କୁ। କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ତାଙ୍କର ଗୋଟେ ପରେ ଗୋଟେ ଉଦ୍ୟମ ହେଉଛି ପଣ୍ଡ | ଜଣେ ପରେ ଜଣେ  ମାୟାବି ଗୋପପୁରକୁ ପ୍ରେରଣ କରୁଛନ୍ତି, ହେଲେ କିଛି ସୁଫଳ ମିଳୁନି | ମାୟାବି ମାନେ ଗୋପପୁରକୁ ଯାଉଛନ୍ତି, କିନ୍ତୁ ତାଙ୍କ ବଦଳରେ ମହାରାଜ କେବଳ ନାରଦ ମହର୍ଷିଙ୍କ ଠାରୁ ମାୟାବି ମାନଙ୍କ ନିଧନର ଖବର ପାଉଛନ୍ତି।ଆଜିର ନାଟ୍ଯାଭିନୟରେ ପୁତନା ନିଧନରେ ମଥୁରା ରାଜ ଦରବାରରେ ବିଷାଦର ଛାୟା ଖେଲିଯିବାପରେ ନାରଦ ମହର୍ଷିଙ୍କ ପରାମର୍ଶରେ କଂସାସୁର ତୃଣା,ଷଣ୍ଢା,ଶକଟା,ବକା,ଧିନୁକା ପରି ମାୟାବି ରାକ୍ଷସମାନଙ୍କୁ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ନିମନ୍ତେ ଗୋପପୁର ପଠେଇଛନ୍ତି। ଆଜି ରିଜଦରବାରରେ ଅତିଥି ଭାବରେ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇଥିଲେ।

 

Leave A Reply

Your email address will not be published.