ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି

2

 ଭୁବନେଶ୍ବର, ସେପ୍ଟେମ୍ବର ୩:  ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ  ହସ୍ପିଟାଲ କ୍ୟାମ୍ପସ-୨ରେ ଚଳିତ ଶିକ୍ଷାବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମ  ନିମନ୍ତେ ୫୦ଟି ସିଟ୍ ବୃଦ୍ଧି କରିବାକୁ ଜାତୀୟ ମେଡିକାଲ କମିଶନ (ଏନ୍ ଏମ୍ ସି) ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୩ରେ  କଟକ – ଭୁବନେଶ୍ବର ମଧ୍ୟବର୍ତ୍ତୀ ଫୁଲନଖରା ଠାରେ  ଉଦଘାଟିତ ହୋଇଥିବା ଆଇ ଏମ୍ ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ୨୦୨୪-୨୫ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ଙ୍କ ପାଇଁ ୧୫୦ଟି ସିଟ୍  ରହିଥିଲା। ବର୍ତ୍ତମାନ ୨୦୨୫-୨୬ ଶିକ୍ଷା ବର୍ଷରେ ଦ୍ୱିତୀୟ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ୨୦୦ କୁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.