ଓଡଗାଁ,୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସମବାୟ ସଂସ୍ଥାର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡି ଖୋଲୁଥିବା ବେଳେ ପ୍ରାଥମିକ କୃଷିଋଣ ସମବାୟ ସମିତି ପର୍ଯ୍ୟନ୍ତ ଏହି ଦୁର୍ନୀତିର ଚେର ଲମ୍ବିଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବର ମାନଙ୍କରୁ ଜଣାପଡୁଛି ।
ଏପରିସ୍ଥଳେ ଓଡଗାଁ ବ୍ଲକ କୁରାଳ ସନ୍ନିକଟ ହନୁମନ୍ତିଆ ପ୍ରାଥମିକ କୃଷିଋଣ ସମବାୟ ସମିତିରେ ସଭାପତି ଓ ସମ୍ପାଦକଙ୍କ ମିଳିତ ଉଦ୍ୟମରେ ବ୍ୟାପଜ ଦୁର୍ନୀତି ହେଉଥିବା ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପ୍ରଥମକରି ସମବାୟ ସମିତି ଅଫିସ ହନୁମନ୍ତିଆ ଗ୍ରାମ ବଦଳରେ ସମ୍ପାଦକଙ୍କ କୁରାଳ ନିଜ ଘରେ ସୋସାଇଟିର ଅଫିସ ଚଳାଇ ମାସିକ ୩ ହଜାର ଟଙ୍କା ଭଡା ବାବଦ ଉଠାଇ ନେଉଥିବା ବେଳେ ସେଠାରେ ଅଫିସରେ ସର୍ବ ନିମ୍ନ ସୁବିଧା ଟିକେ ମିଳୁନାହିଁ । ଅନ୍ୟପକ୍ଷରେ ସମିତି ମିଟିଂ ନକରି ସଦସ୍ୟ ମାନଙ୍କ ଘରକୁ ଘର ସଭା ବହି ବୁଲାଇ ଦସ୍ତଖତ ଆଣି ମନ ଇଚ୍ଛା ନିଷ୍ପତି ନିଆ ଯାଉଛି । କୌଣସି ସୁବିଧା ନଥାଇ ନାମ ମାତ୍ର ମଣ୍ଡି ଖୋଲିବାର ବାହାନା କରି ବେଆଇନ କଟନୀ ଛଟନୀ କରି ସଭାପତି ଓ ସମ୍ପାଦକଙ୍କ ଲବ୍ଧଅର୍ଥ ଭାଗ ବାଣ୍ଟି ନେଉଛନ୍ତି । ସର୍ବୋପରି ସମ୍ପାଦକଙ୍କ ନିଯୁକ୍ତି ନିମନ୍ତେ ସର୍ବନିମ୍ନ ମାଟ୍ରିକ ପାସ ଶିକ୍ଷାଗତ ଯୋଗ୍ୟତା ରହିଥିବା ରହିଥିବା ବେଳେ ସ୍ଥାନୀୟ ଏକ ବିଦ୍ୟାଳୟରୁ ୨୦୦୬ ମସିହାରେ ୮ମ ଫେଲ ହୋଇବା ବେଳେ ୨୦୦୮ ମସିହାରେ ହିନ୍ଦି ସାହିତ୍ୟ ସମ୍ମେଳନ, ଏଲହାବାଦରୁ ପ୍ରଥମା ପରୀକ୍ଷା (ମାଟ୍ରିକ ସମକକ୍ଷ )ରେ ପାସ ହୋଇଥିବା ଏକ ପ୍ରମାଣ ପତ୍ର ଦାଖଲ କରି ଚାକିରି କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ମତାମତ ନେବାରେ ହନୁମନ୍ତିଆରେ ଘର ନଥିବାରୁ ସେ ତାଙ୍କ ବଡ ଭାଇ ଘରେ ଅଫିସ କରିଥିବା ସ୍ୱୀକାର କରିଛନ୍ତି । ନିଜର ଶିକ୍ଷାଗତ ସମ୍ପର୍କରେ ପଚାରିବାରୁ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ବର୍ତ୍ତମାନ କିଛି କହି ହେବନି ବୋଲି କହିଥିଲେ । ଅନ୍ୟପକ୍ଷେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରେଜିଷ୍ଟ୍ରି ଡାକ ଯୋଗେ ଏନେଇ ଅଭିଯୋଗ କରିବା ସହିତ ଶତାଧିକ ଚାଷୀ ସୁଫଳ ପାଇବାକୁ ଆଶାବାଦୀ ରହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post