ଚାଷ ଜମିରେ ଜୋର ଜବରଦସ୍ତ ଲୁହା ଜାଲି ବାନ୍ଧିବା ସହ ଗାଳିଗୁଲଜ କରି ମହିଳା ଙ୍କୁ ଦୁଷ୍କର୍ମ ର ଉଦ୍ୟମ।

2

କୋଲନରା (ଦେବୀପ୍ରସାଦ ମହାନ୍ତି) କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦଣ୍ତସେନା ଶିକାବାଡ଼ି ଗ୍ରାମର ବାହୁବଳୀ ମାନେ ନୀରିହ ଆଦିବାସୀ ଚାଷୀ ଙ୍କ ଜମି ଜବର୍ ଦଖଲ କରିବା ଉଦ୍ଦେଶ୍ୟ ରେ ଆଦିବାସୀ ମାନଙ୍କ ଜମି ଚାରିପଟ ଲୁହା ଜାଲି ର ତାର ବାଡ ବାନ୍ଧି ଦେଇ ଦେଇଛନ୍ତି। ଜମି ମାଲିକ କାହିଁକି ତାରବାଡ ବାନ୍ଧୁଛ ବୋଲି ଅଭିଯୋଗ କଲେ ଅଶ୍ଲିସ ବ୍ୟବହାର କରିବା ସହ ଅଭଦ୍ର ଭାଷା ଗାଳିଗୁଲଜ ଓ ଦୁଷ୍କର୍ମ ଉଦ୍ୟମ କରୁଥିବା ଶୁଣିବାକୁ ମିଳିଛି। ଏହିପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କୋଳନରା ବ୍ଲକ ମୁକୁନ୍ଦ ପୁର ପଞ୍ଚାୟତ ଅନ୍ତର୍ଗତ ଦଣ୍ଡସେନା ଶିକାବାଡି ଗ୍ରାମର ନୀରିହ ଆଦିବାସୀ କଣ୍ଡାଗରୀ ପାପାନ,ଜୟରାମ କଣ୍ଡାଗରୀ ଙ୍କ ଜମିରେ ଜୋର ଜବରଦସ୍ତ କରି ଅକ୍ଷୟ ନାୟକ ଲୁହା ଜାଲି ର ପାଚେରୀ କରିଥିବାରୁ ବାରମ୍ବାର ମନା କରିବା ସତ୍ତ୍ୱେ ନ ଶୁଣିବାରୁ ଅଭିଯୋଗ ଆଣିଲେ ଜୟରାମ କଣ୍ଡାଗରୀଙ୍କ ଝିଅ ମମିତା କଣ୍ଡାଗରୀ। ନ୍ୟାୟ ଦାବି କରି ମମିତ ଆରୀକ୍ଷ କାର୍ଯ୍ୟଳୟ ଠାରେ ଦ୍ୱାରସ୍ତ ହୋଇଛନ୍ତି । ଅକ୍ଷୟ ନାୟକ ଚାଷ ଜମିରେ ଜର ଜବରଦସ୍ତ ଲୁହା ଜାଲିର ପାଚେରୀ କରି ମମିତାକୁ ଅସ୍ଲିସ ଭାଷାରେ ଗାଳିଗୁଲଜ ମାରପିଟ କରି ଅକ୍ଷୟ ନାୟକ ମମିତାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ପ୍ରକାଶ କରିଛନ୍ତି ଓ ଆରକ୍ଷୀ କାର୍ଯ୍ୟାଳୟରେ ଅଭିଯୋଗ ଆଣିଛନ୍ତି। ମମିତା ନ୍ୟାୟ ପାଇବା ପାଇଁ କିନ୍ତୁ କେବେ ସ୍ଥାନୀୟ ପ୍ରଶାସନ ମମିତାଙ୍କୁ ନ୍ୟାୟ ପ୍ରଦାନ କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.