ଘୁ. ଉଦୟଗିରି( ଅବନୀ କୁମାର ପ୍ରଧାନ) : ଆଦିତ୍ୟ ବାସର ‘ କାର୍ତ୍ତିକମାସ ଦ୍ୱାଦଶୀ ତିଥିରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର,ଘୁ. ଉଦୟଗିରି ଠାରେ ” ଅଭିଭାବକ ସମ୍ମିଳନୀ ” ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଲଡୁକେଶର ରଥ , ମୁଖ୍ୟ ବକ୍ତା ସଂକୁଳ ପ୍ରମୁଖ ପବିତ୍ର କୁମାର ସାହୁ, ସଂପାଦକ ଡ଼ଃ ପ୍ରଶାନ୍ତ କୁମାର ମହାପାତ୍ର, କୋଷାଧକ୍ଷ ବେଣୁଧର ସାହୁ, ଉପସଭାପତି ପ୍ରିୟବତ ସାହୁ ଏବଂ ଶିକ୍ଷା କମିଟିର ସଦସ୍ୟ ଭାବେ ଶିବରାମ ସାହୁ,ଦୀପକ ସିଓ, ଓ ଅମରେନ୍ଦ୍ର ସାହୁ ଯୋଗଦାନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି, ପଞ୍ଚକୋଷର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୂର୍ବ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ଏ ସମସ୍ତ ବିଷୟରେ ମାର୍ଗଦର୍ଶନ କରାଇଥିଲେ।
ପବିତ୍ର ଭାଇ ଅଭିଭାବକ ଅଭିଭାବିକାଙ୍କ ଶଙ୍କା ମୋଚନ କରିଥିଲେ । ଶ୍ରୀମତୀ ରଶ୍ମିତା ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀମତୀ ସରିତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ତତ୍ ସହିତ ସମସ୍ତ ଗୁରୁଜୀ-ଗୁରୁମା,ସେବକ-ସେବିକା ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.