ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୨/୦୮୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ପୂଜା କମିଟି ତରଫରୁ ଅଙ୍ଗୀ ନଦୀ କୂଳରେ ଭୂମି ପୂଜନ କରାଯାଇ ମୂର୍ତ୍ତି ନିମନ୍ତେ ନଦୀ ପଠାରୁ ମାଟି ସଂଗ୍ରହ କରାଯାଇଥିଲା। ସୂଚନା ଥାଉ କି ୨୦୧୫ ମସିହାରୁ ଡାବୁଗାଁ ରେଲି ସାହି ସ୍ଥିତ ମା ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିସରରେ ଗଜଲକ୍ଷ୍ମୀ ଙ୍କ ପୂଜା କମିଟି ତରଫରୁ ପାଳନ ହୋଇ ଆସୁଛି। ସୁନ୍ଦର ସାଜସଜ୍ଜା , ତୋରଣ ଓ ଆଲୋକମାଳା ରେ ପୂଜା ମଣ୍ଡପ ନିକଟରେ ମା ଗଜଲକ୍ଷ୍ମୀ ପୂଜା ପାଇ ଆସୁଛନ୍ତି। ଆଜି ଭୂମି ପୂଜନ ସମୟରେ ମୁଖ୍ୟ ପୂଜକ ଚୈତନ୍ୟ ଦାସ,ସହଯୋଗୀ ପୂଜକ ଗୋବିନ୍ଦ ପଣ୍ଡା,ପ୍ରଶାନ୍ତ ପାଣିଗ୍ରାହୀ କର୍ତ୍ତା ରଞ୍ଜିତ ଘୋଡେ଼ଇ ସହ ମୂର୍ତ୍ତିକାର ତ୍ରିପତି ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ଗଜଲକ୍ଷ୍ମୀ ପୂଜା କମିଟି ର ଜଗନ୍ନାଥ,କେଶବ, ପାପନା,ଶୋଭା,ଲବ,ଗୋପୀ,ମନୁ,ରାଜୁ, ରାବଣା,ସୁରେନ୍ଦ୍ର,ତରଣି ଓ ସୁଦର୍ଶନ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.