ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଖାଲାସିସାହି ଗାନ୍ଧୀ କୈଳାସ ପାହାଡ଼ ପାଦଦେଶରେ ଥିବା ଫୁଟି ଗଣେଶ ମନ୍ଦିରରେ ଗଣେଶ ପୂଜା ଠାରୁ ୯ ଦିନ ପର୍ଯ୍ୟନ୍ତ ଯାଗ ଯଜ୍ଞ ହୋମ ରେ ରିତି ନିତି ସହିତ ପୁଜା ଉତ୍ସବ ଧୁମଧାମରେ ପାଳନ ହୋଇଥାଏ। ଫୁଟି ଗଣେଶ ପ୍ରତିମା ସହିତ ଅନ୍ୟ ଏକ ଅସ୍ଥାୟୀ ପ୍ରତି ମୂର୍ତ୍ତି କୁ ପରମ୍ପରାନୁସାରେ ନଗର ଭ୍ରମଣ କରି ନଅ ଦିନ ପୂଜା କରାଯାଇଥାଏ। ଚଳିତ ବର୍ଷ ଏହି ଉତ୍ସବ ୪୯ ତମ ଐତିହାସିକ ନବରାତ୍ର ଗଣେଶ ପୂଜା ରେ ପହଞ୍ଚିଛି। ଏଥିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି, ଏଠାର ଅସ୍ଥାୟୀ ଗଣେଶ ମୁର୍ତ୍ତିଟି ଦୀର୍ଘ ୧୦ ଫୁଟ ଉଚ୍ଚତାର ସୋଲରେ ନିର୍ମିତ ହୋଇଛି। ଏବଂ ଏହାର ଗଢ଼ଣ ଶୈଳୀ ଅତି ନିଖୁଣ ଭାବରେ ହୋଇଛି ଯେ, ଯିଏ ଏହାକୁ ଦେଖୁଛନ୍ତି, ତାଙ୍କର ଆଖି ଲାଖି ଯାଉଛି। ଭଞ୍ଜନଗର ସହରରେ ୨୫ ରୁ ଉର୍ଦ୍ଧ ଗଣେଶ ମଣ୍ଡପ ହୋଇଥିଲେ ମଧ୍ୟ ଏହି ମୁର୍ତ୍ତୀ ର ହୈ।ନ୍ଦର୍ଯ୍ୟ ସବୁଠାରୁ ନିଆରା।ଏହା ସଂପୂର୍ଣ୍ଣ ସୋଲରେ ତିଆରି ହେବା ସହିତ, ଏହାକୁ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଶେଷ ଅବତାର କଳ୍କୀ ଆକୃତି ଦିଆଯାଇଛି। ଯାହାଫଳରେ ଅଧିକ ଆକର୍ଷଣୀୟ ଲାଗୁଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post