ଗଞ୍ଜେଇ ବେପାରୀ କୁ ମୁଳପୋଛ୍ କରିବା ପକ୍ଷରେ ଭଞ୍ଜନଗର ପୋଲିସ୍

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପୋଲିସ୍ କବଜାରେ ସବୁ ଗଞ୍ଜେଇ ମାଫିଆ ମହଲରେ ହଇଚଇ ହେବାକୁ ଲାଗିଲାଣି। କ୍ରମାନୁଗତ ଭାବେ ଭଞ୍ଜନଗର ର ବିଭିନ୍ନ ଜାଗାରେ ଚୋରା ଗଞ୍ଜେଇ ବେପାରୀ ମାନଙ୍କୁ ଗିରଫ କରିବାରେ ଭଞ୍ଜନଗର ପୋଲିସ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଚାଲିଛି । ଭଞ୍ଜନଗର ଥାନା ପ୍ରେସ୍ ବିଜ୍ଞପ୍ତି ସୂଚନାନୁସାରେ ଗତ ୩୦ ତାରିଖ ଦିନ ପ୍ରାୟ ୧୨ ଟା ସମୟରେ ଏସ୍ ଆଇ ଜୋଛ୍ନା ରାଣୀ ସାହୁ ଭଞ୍ଜନଗର ଥାନା ଠାରୁ ପ୍ରାୟ ୧୫ କିଲୋମିଟର ଦୂର ଡୁମା କୁମ୍ପା ପଞ୍ଚାୟତ ଅନ୍ତର୍ଗତ ଡହ ରାସ୍ତା ରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ଯୁବକ ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିବା ଏକ ହିରୋ ହୋଣ୍ଡା ବାଇକ ରେ ଯାଉଥିବାର ଦେଖିଥିଲେ। ପୋଲିସ ସନ୍ଦେହ କରି ଦୁଇଜଣଙ୍କୁ ପିଛା କରିବାରେ ଲାଗିଲା କିନ୍ତୁ ପୋଲିସ ଗାଡି ଦେଖି ସେମାନେ ଦ୍ରୁତ ଗତିରେ ଗାଡି ଚଳାଇଲେ ,ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଡହ ଜଳଭଣ୍ଡାର ଠାରେ କାବୁ କରିବାରେ ସକ୍ଷମ ହେଲା ପୋଲିସ୍ ସେମାନଙ୍କୁ ପାଖରେ ଏକ ଗଞ୍ଜେଇ ବସ୍ତା ଦେଖ‌ିବାକୁ ମିଳିଥିଲା ପରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯଇଥିଲା ସେଥିରେ ୨୬.୪୦୦ କିଲୋ ଗଞ୍ଜେଇ ଥିବା ଜଣାପଡ଼ିଥିଲା ପରେ ସେମାନଙ୍କୁ ଓ ବାଇକ୍ କୁ ଥାନାକୁ ଅଣାଯାଇଥିଲା ଥାନାଧିକାରୀ ଜୀବନାନନ୍ଦ ଜେନା ଏହାର ତଦନ୍ତ ଅଧିକାରୀ ଭାବେ ୧୦୦୫/୨୫ ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଅପରାଧୀ ମାନେ ହେଲେ ଆସ୍କା ଥାନା ଅନ୍ତର୍ଗତ ସୁନାମ୍ବ ସାହିର ଅଶୋକ ଶିବରାମ ସାହୁ, (ପିତା ପୂର୍ଣଚନ୍ଦ୍ର ସାହୁ) ବର୍ତମାନ ସେ ରାଇକିଆ ଥାନା ଅନ୍ତର୍ଗତ ବଡ଼ପାଟ ସାହିରେ ରହୁଥ‌ିବା ଜଣାପଡିଛି ଅନ୍ୟ ଜଣକହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୁଶୁଣ୍ଡ ପାଳ ଗ୍ରାମର ସନ୍ତୋଷ ସାହୁ (ପିତା – ବିପ୍ର ଚରଣ ସାହୁ)। ବର୍ତମାନ ସେ ରାଇକିଆ ଥାନା ଅନ୍ତର୍ଗତ ଖ୍ରୀଷ୍ଟିଆନ ସାହିରେ ରହୁଥ‌ିବା ଜଣାପଡିଛି। ଜଣେବି ଗଞ୍ଜେଇ ବେପାରୀ ପୋଲିସ୍ କବ୍ଜା ରୁ ଖସି ପାରିବେ ନାହିଁ ବୋଲି ଭଞ୍ଜନଗର ଥାନାଧିକାରୀ ଜୀଵନାନନ୍ଦ ଜେନା ପ୍ରକାଶ କରିଥିବାର ଜଣାପଡିଛି।

Leave A Reply

Your email address will not be published.