ଶ୍ରୀକ୍ଷେତ୍ରରେ ପ୍ରଥମ ଥର ନୂଆଁଖାଇ ଭେଟଘାଟ

0 2

ପଶ୍ଚିମ ଓଡ଼ିଶା ଓ ଜାପାନ କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ

ପୁରୀ,(ଅନିମେଶ ପଟ୍ଟନାୟକ): ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଭେଟଘାଟ ପ୍ରଥମ କରି ଶ୍ରୀକ୍ଷେତ୍ରର ସଂସ୍କୃତି ଭବନ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁରରୁ ଆସିଥିବା ସାଂସ୍କୃତିକ ଅନୁଷ୍ଠାନ ରୁମକୁଝୁମାନାର କଳାକାର ମାନେ ପଶ୍ଚିମ ଓଡ଼ିଶାର ଲୋକ କଳା, ଲୋକନୃତ୍ୟ ଓ ସଙ୍ଗୀତକୁ ଚିତାକର୍ଷକ ଭାବେ ଅଭିନୟ ଜରିଆରେ ପରିବେଷଣ କରିଥିଲେ । ଇଣ୍ଡିଆ – ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟରରୁ ଆସିଥିବା ଜାପାନି ମାନେ ସମ୍ବଲପୁର ନୃତ୍ୟ ଗୀତରେ ଭାବବିହ୍ବଳ ହୋଇ ଓଡ଼ିଆ କଲାକରମାନଙ୍କ ସହ ମିଳିତ ଭାବେ ନୃତ୍ୟ କରିଥିଲେ। ଦଶର୍କମାନେ ନୂଆଁଖାଇ ଭେଟଘାଟର ଭରପୁର ମଜା ନେଇଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବନ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରଗଡ଼ର ପୂର୍ବତନ ଏମପି ପ୍ରଭାସ ସିଂ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ଜିଲ୍ଲା ସୁଚନା ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଇଣ୍ଡିଆ – ଜାପାନ ଫ୍ରେଣ୍ଡ୍ ସିପ୍ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ , ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ, ସଙ୍ଗୀତ ନାଟକ ଏକାଡେ଼ମୀର ସଦସ୍ୟ ବଦ୍ରି ମିଶ୍ର, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ବାଣିଜ୍ୟ ଓ ପରିବହନ ବିଭାଗର ଉପଶାସନ ସଚିବ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ଡ଼.ପ୍ରତାପ କୁମାର ମହାନ୍ତି ସଚିବାଳୟ ସେବା ସଙ୍ଘର ଉପସଭାପତି ବିଜୟ ସ୍ୱରୂପ ପଣ୍ଡା, ଇଂଜିନିୟର ସରୋଜ ପଣ୍ଡା, ଅଭିନେତ୍ରୀ ବିଦୁସ୍ମିତା ଓ ରୁମକୁଝୁମାନାର ସଭାପତି ଶାଶ୍ୱତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଜା ପଣ୍ଡା,ଈଶ୍ୱରୀ ବେହେରା,ଶ୍ରୀତି ଦାଶ ,ବିବେକା ପଣ୍ଡା ଙ୍କ ସହିତ ଶାଶ୍ୱତ କୁମାର ତ୍ରିପାଠୀଙ୍କ ସମ୍ବଲପୁରୀ ସଙ୍ଗୀତରେ ଝୁମିଥିଲା ମଞ୍ଚ। ଦର୍ଶକଙ୍କ କରତାଳିରେ ଉତ୍ସାହିତ ହୋଇଥିଲେ କଳାକାର ।

Leave A Reply

Your email address will not be published.